ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌

ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର ବିଦେଶୀ ସରଞ୍ଜାମ ରହିଛି। ୪ଜଣ ପ୍ରଶିକ୍ଷକ ଏଠାରେ ଜିମ୍‌ ମେମ୍ବରଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ଏଠାରେ ଯୁବତୀ ଏବଂ ମହିଳାଙ୍କ ପାଇଁ ସ୍ବତନ୍ତ୍ର ପ୍ରଶିକ୍ଷଣ ବ୍ୟବସ୍ଥା ମଧ୍ୟ ରହିଛି। ମହିଳାଙ୍କୁ ଜୁମ୍ବା ଓ ଏରୋବିକ୍ସ ପ୍ରଶିକ୍ଷଣ ଦିଆଯାଉଛି। ସୋମବାର ଠାରୁ ଶନିବାର ଏହା ଖୋଲା ରହେ।

ୟୁରୋ ଜିମ୍‌

କଟକ-ପୁରୀ ରୋଡରେ ୟୁରୋ ଜିମ୍‌ ରହିଛି। ଏହା ୧୯୯୦ ମସିହାରେ ଆରମ୍ଭ ହୋଇଥିଲା। ଏଠାରେ ଓ୍ବେଟ ଟ୍ରେନିଂ, କାର୍ଡିଓ, ଏରୋବିକ୍ସ, ଯୋଗ ମାର୍ଶାଲ ଆର୍ଟର ଶିକ୍ଷା ପ୍ରଦାନ କରାଯାଉଛି। ଦୈନିକ ୩୦୦ରୁ ଊର୍ଦ୍ଧ୍ୱ ଜିମ୍‌ ମେମ୍ବରଙ୍କୁ ୭ ଜଣ ଟ୍ରେନର ପ୍ରଶିକ୍ଷଣ ଦେଇଥାନ୍ତି। ଏଠାରେ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ସମସ୍ତ ପ୍ରକାର ବ୍ୟାୟାମ କରିବାର ସୁଯୋଗ ରହିଛି।

ଡାଇନାମିକ ଜିମ୍‌

ମେ ଫେୟାର ରୋଡ ନିମଟସ୍ଥ ଶ୍ରୀ ଗୁରୁ କଲ୍ୟାଣ ମଣ୍ଡପ ପାର୍ଶ୍ୱରେ ରହିଛି ଡାଇନାମିକ ଜିମ୍‌। ଏଠାରେ ୬ବର୍ଷ ଧରି ଡାଇନାମିକ ଜିମ୍‌ ଓ୍ବେଟ ଟ୍ରେନିଂ, କାର୍ଡିଓ, ଏରୋବିକ୍ସ, ବୁଟ କ୍ୟାମ୍ପର ପ୍ରଶିକ୍ଷଣ ଦିଆଯାଉଛି। ୫ଜଣ ଟ୍ରେନରଙ୍କ ପରାମର୍ଶରେ ୧୦୦ରୁ ଊର୍ଦ୍ଧ୍ୱ ମେମ୍ବରଙ୍କୁ ଶିକ୍ଷା ପ୍ରଦାନ କରାଯାଉଛି।

ଟଲ୍‌ଓ୍ବାକର୍ସ

ଶହୀଦନଗରସ୍ଥିତ ଦୁର୍ଗା ମଣ୍ଡପ ନିକଟରେ ରହିଛି ଟଲଓ୍ବାକର୍ସ ଜିମ। ୭ବର୍ଷ ଧରି ଚାଲିଥିବା ଟଲଓ୍ବାକର୍ସ ଜିମ୍‌ରେ ଓ୍ବେଟ ଟ୍ରେନିଂ, କାର୍ଡିଓ, ଏରୋବିକ୍ସ, ଯୋଗ, ରିଡ୍ୟୁସ ଓ ନିଉ ଫୋରମର ପ୍ରଶିକ୍ଷଣ ଦିଆଯାଉଛି। ଏହା ଛଡା ଷ୍ଟିମ୍‌ ବାଥ ଓ ମସାଜର ସମସ୍ତ ସୁବିଧା ଏଠାରେ ଉପଲବ୍ଧ ରହିଛି। ୨୦୦ରୁ ଊର୍ଦ୍ଧ୍ୱ ମେମ୍ବର ପ୍ରତିଦିନ ବ୍ୟାୟାମ କରିବା ପାଇଁ ଆସନ୍ତି। ୧୭ ଜଣ ଟ୍ରେନର ସେମାନଙ୍କୁ ପ୍ରତିଦନ ଶିକ୍ଷା ପ୍ରଦାନ କରିଥାନ୍ତି।

ବଡି ସଲିଡ

କଳିଙ୍ଗ ଷ୍ଟାଡିୟମ ନିକଟରେ ରହିଛି ବଡି ସଲିଡ ଜିମ୍‌। ୧୨ ବର୍ଷ ତଳେ ବଡି ସଲିଡ ଜିମ୍‌ ଆରମ୍ଭ ହୋଇଥିଲା। ଏଠାରେ ଓ୍ବେଟ ଟ୍ରେନିଂ, କାର୍ଡିଓ, ଏରୋବିକ୍ସ, ଯୋଗ ଆଦି ବ୍ୟାୟାମ ଶିକ୍ଷା ପ୍ରଦାନ କରାଯାଉଛି। ଷ୍ଟିମ୍‌ ବାଥ, ସୋନା ବାଥ ଓ ମସାଜର ସୁବିଧା ମଧ୍ୟ ରହିଛି।୧୦୦ରୁ ଊର୍ଦ୍ଧ୍ୱ ମେମ୍ବର ପ୍ରତି ଦିନ ଜିମ୍‌କୁ ଆସନ୍ତି। ୪ ଜଣ ଟ୍ରେନର ଶିକ୍ଷା ପ୍ରଦାନ କରୁଛନ୍ତି। ବିଭିନ୍ନ ପ୍ରକାର ବ୍ୟାୟାମ ଉପକରଣ ଏଠାରେ ଉପଲବ୍ଧ ରହିଛି।

Share