Categories: Home Leftଖେଳ

ଶ୍ରୀଲଙ୍କା ସ୍ପିନରଙ୍କ ଅନଅର୍ଥଡକ୍ସ ବୋଲିଂ ଷ୍ଟାଇଲ ଭାଇରାଲ

କଲମ୍ବୋ,୧୯।୧୧- ଶ୍ରୀଲଙ୍କାରେ ବହୁ ଅନ୍‌ଅର୍ଥଡକ୍ସ ଷ୍ଟାଇଲର ବୋଲର ସୃଷ୍ଟି ହୋଇଛନ୍ତି। ଲସିଥ ମାଲିଙ୍ଗା ଏହାର ସଫଳତମ ଉଦ୍‌ହାରଣ। ବର୍ତ୍ତମାନ ଏହି ତାଲିକାରେ ସାମିଲ ହୋଇଛନ୍ତି ୨୧ ବର୍ଷୀୟ ସ୍ପିନର କେଭିନ କୋଥାଥିଗୋଡା। ଗାଲେର ଖେଳାଳିଙ୍କ ବୋଲିଂ ଷ୍ଟାଇଲ ପ୍ରାୟତଃ ପୂର୍ବତନ ଦକ୍ଷିଣ ଆଫ୍ରିକା ସ୍ପିନର ପଲ ଆଡାମ୍ସଙ୍କ ଭଳି। କୋଥାଥିଗୋଡା ଏବେ ଆବୁଧାବି ଟି୧୦ ଲିଗ୍‌ରେ ବାଂଗଲା ଟାଇଗର୍ସ ପାଇଁ ଖେଳୁଛନ୍ତି। ତାଙ୍କର ଅଜବ ଷ୍ଟାଇଲର ବୋଲିଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। ବୋଲିଂ କଲାବେଳେ ତାଙ୍କ ମୁହଁ ବ୍ୟାଟ୍ସମ୍ୟାନଙ୍କ ଆଡ଼କୁ ରହିବା ପରିବର୍ତ୍ତେ ଅମ୍ପାୟରଙ୍କ ଆଡ଼କୁ ରହୁଛି। ହାତକୁ ସେ ପିଠି ପଛ ପଟେ ବୁଲାଇ ବଲ ପକାଉଛନ୍ତି। ତେବେ ସେ କଦାପି ଆଡାମ୍ସଙ୍କ ବୋଲିଂ ଷ୍ଟାଇଲ ଦେଖି ନ ଥିବା କହିଛନ୍ତି। ମୁଁ ଆରମ୍ଭରୁ ଏଭଳି ଷ୍ଟାଇଲରେ ବଲ ପକାଉଛି। ଶ୍ରୀଲଙ୍କା ପାଇଁ ୧୩, ୧୫, ୧୭ ଓ ୧୯ ବର୍ଷରୁ କମ୍‌ ବର୍ଗରେ ମଧ୍ୟ ଖେଳିଛି।

Share