Sri Lanka's newly appointed Prime Minister Mahinda Rajapaksa addresses the gathering during the ceremony to assume his duties as the Minister of Finance and Economic Affairs at the Finance Ministry in Colombo, Sri Lanka October 31, 2018. REUTERS/Dinuka Liyanawatte
କଲମ୍ବୋ,୨୧।୧୧: ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଭାବେ ଗୁରୁବାର ମହିନ୍ଦା ରାଜପାକ୍ସେ ଶପଥ ନେଇଛନ୍ତି। ନୂଆ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଶ୍ରୀଲଙ୍କା ଇତିହାସରେ ପ୍ରଥମ କରି ଦୁଇ ଭାଇ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ମହିନ୍ଦା ୨୦୦୫ରୁ ୨୦୧୫ ପର୍ଯ୍ୟନ୍ତ ଶ୍ରୀଲଙ୍କାର ରାଷ୍ଟ୍ରପତି ଦାୟିତ୍ୱରେ ଥିଲେ। ତେବେ ସମ୍ପ୍ରତି ପ୍ରଧାନମନ୍ତ୍ରୀ ରାନିଲ୍ ଓ୍ବିକ୍ରେମ୍ସିଙ୍ଘେଙ୍କ ଇସ୍ତଫା ଦେବା ପରେ ମହିନ୍ଦା କାମଚଳା ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଦେଶରେ ସାଧାରଣ ନିର୍ବାଚନ ୨୦୨୦ ମାର୍ଚ୍ଚରେ ହେବ।