(FILES) In this file photo taken on June 27, 2019, Sri Lanka's head cricket coach Chandika Hathurusingha speaks during a press conference at the Riverside Ground, in Chester-le-Street, northeast England. - Sri Lanka's cricket coach Chandika Hathurusingha insisted July 8 he will remain in the post despite mounting pressure to step down after the World Cup. (Photo by Lindsey PARNABY / AFP) / RESTRICTED TO EDITORIAL USE
କଲମ୍ବୋ,୮।୭(ଏଏଫ୍ପି)- ବାହାର ଚାପ ସତ୍ତ୍ୱେ ଚନ୍ଦିକା ହାଥୁରାସିଙ୍ଘେ ଶ୍ରୀଲଙ୍କା କ୍ରିକେଟ ଦଳର କୋଚ୍ ପଦରୁ ଇସ୍ତଫା ଦେବାକୁ ମନା କରିଦେଇଛନ୍ତି। ବିଶ୍ୱର ୯ମ ର଼୍ୟାଙ୍କ୍ ଦଳ ଭାବେ ଅଭିଯାନ ଆରମ୍ଭ କରିଥିବା ଶ୍ରୀଲଙ୍କା ବିଶ୍ୱକପ୍ରେ ୬ଷ୍ଠ ସ୍ଥାନରେ ରହିଥିଲା। ଶୀର୍ଷ ର଼୍ୟାଙ୍କ୍ଧାରୀ ଇଂଲଣ୍ଡ ସମେତ ୩ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଶ୍ରୀଲଙ୍କା ପରାସ୍ତ କରିଥିଲା। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ହାଥୁରାସିଙ୍ଘେଙ୍କ ପ୍ରଦର୍ଶନରେ ଶ୍ରୀଲଙ୍କା କ୍ରୀଡ଼ାମନ୍ତ୍ରୀ ହାରିନ ଫର୍ନାଣ୍ଡୋ ଖୁସି ନୁହନ୍ତି। ଏଥିଯୋଗୁ ସେ ପଦତ୍ୟାଗ କରିବା ଉଚିତ। କିନ୍ତୁ ସ୍ବଦେଶ ଫେରିବା ପରେ କହିଥିଲେ, ଦଳ ଆଶାନୁଯାୟୀ ପ୍ରଦର୍ଶନ କରିପାରିନାହିଁ। କିନ୍ତୁ କୋଚ୍ ଭାବେ କାର୍ଯ୍ୟ ଜାରି ରଖିବି। ଚୁକ୍ତି ଭିତ୍ତିରେ ମୋର ଆହୁରି ୧୬ ମାସ ବାକି ଅଛି। ଶ୍ରୀଲଙ୍କା ଦଳ ସେମିଫାଇନାଲକୁ ଯୋଗ୍ୟତା ଅର୍ଜନ କରିପାରିନାହିଁ। ଏଥିଲାଗି ସମ୍ପୂର୍ଣ୍ଣ ମ୍ୟାନେଜମେଣ୍ଟ ଦାୟୀ। ଏଭଳି ପ୍ରଦର୍ଶନରୁ ଆମକୁ ଶିକ୍ଷା ନେଇ ଆଗକୁ ବଢ଼ିବାର ଅଛି। ଭାବୁଛି, ମୋ ଦକ୍ଷତା ଅନୁଯାୟୀ କାର୍ଯ୍ୟ କରିଛି। ଅନ୍ୟପକ୍ଷରେ ଯଦି ମୁଖ୍ୟ କୋଚ୍ ପଦ ଛାଡ଼ିବାକୁ ଚାହୁଁ ନାହାନ୍ତି, ଆମେ ତାଙ୍କୁ ବାଧ୍ୟ କରିପାରିବା ନାହିଁ। ପରନ୍ତୁ ଆମେ ତାଙ୍କ ଉପରେ ଦାୟିତ୍ୱ ଦେଇପାରିବା ବୋଲି ଫର୍ନାଣ୍ଡୋ କହିଛନ୍ତି। ଶ୍ରୀଲଙ୍କା କ୍ରିକେଟ ସଙ୍କଟରେ ପଡ଼ିଥିବାବେଳେ ୨୦୧୭ ଡିସେମ୍ବରରେ ହାଥୁରାସିଙ୍ଘେ ମୁଖ୍ୟ କୋଚ୍ ଦାୟିତ୍ୱ ନେଇଥିଲେ। ଏଥିପୂର୍ବରୁ କୋଚ୍ ଭାବେ ତାଙ୍କ କାର୍ଯ୍ୟକାଳରେ ବାଂଲାଦେଶ ଟେଷ୍ଟରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡକୁ ହରାଇ ଦେଇଥିଲା।