Inside pictures of Puri Jagannath Temple go viral again
ପୁରୀ ଅଫିସ,୭ା୧୧: ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ଜମି ଅଧିଗ୍ରହଣ ଚାଲିଛି। ସ୍ବେଚ୍ଛାକୃତ ଭାବେ କେତେକ ପରିବାର ସେମାନଙ୍କ ଜମି ହସ୍ତାନ୍ତର କରୁଥିବାବେଳେ ମଙ୍ଗଳବାର ପୁଣି ଏକ ପରିବାର ଏଥିରେ ସାମିଲ ହୋଇଛି। ବାସେଳିସାହିର ସମ୍ପୃକ୍ତ ପରିବାର ପ୍ରଶାସନ ସହ ଜମି ବିକ୍ରି କବଲା (ସେଲ୍ ଡିଡ୍) କରିଛି। ସମ୍ପୃକ୍ତ ପରିବାରକୁ ସେମାନଙ୍କ ଜମି ଓ କୋଠା ମୂଲ୍ୟ ସହିତ ସରକାରଙ୍କ ଧାର୍ଯ୍ୟ କ୍ଷତିପୂରଣ ସହାୟତା ଦିଆଯାଇଛି। ଜିଲା ସବ୍ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଏହି ସେଲ୍ ଡିଡ୍ ହୋଇଛି। ବର୍ତ୍ତମାନ ସୁଦ୍ଧା ୨୫ ପରିବାର ଏବଂ ଭିତର ସେବାୟତ ନିଯୋଗ ସେମାନଙ୍କ ଜମି ସରକାରଙ୍କୁ ପ୍ରତ୍ୟକ୍ଷ ଭାବେ ବିକ୍ରି କରିସାରିଥିବା ଜଣାପଡ଼ିିଛି ।