ଶ୍ରମିକଙ୍କ ବିନା ପ୍ରଗତି ଅସମ୍ଭବ

ବଅଁରପାଳ, ୧।୫(ଡି.ଏନ.ଏ.)-ଶ୍ରମିକ ହେଉଛନ୍ତି ରାଷ୍ଟ୍ର ନିର୍ମାତା। ଶ୍ରମଜୀବୀ, ଚାଷୀଙ୍କୁ ବାଦ୍‌ ଦେଇ ଦେଶ ପ୍ରଗତିର ମୂଲ୍ୟାଙ୍କନ କରିବା ନିରର୍ଥକ। ବିକାଶର ସାରଥୀ ଏହି ଦୁଇ ଗୋଷ୍ଠୀଙ୍କୁ ସମ୍ମାନ ନ ମିଳିଲେ ରାଷ୍ଟ୍ରର ବିକାଶ ଠପ୍‌ ହୋଇଯିବ ବୋଲି କହିଛନ୍ତି ଅବସରପ୍ରାପ୍ତ କର୍ମଚାରୀ ପଦ୍ମନାଭ ସାହୁ। ଅନୁଗୋଳ ଜିଲା ନାଲ୍‌କୋ ଶ୍ରମିକ କଂଗ୍ରେସ୍‌ କାର୍ଯ୍ୟାଳୟରେ ଆୟୋଜିତ ବିଶ୍ୱ ଶ୍ରମିକ ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସଂଘର ପତାକା ଉତ୍ତୋଳନ କରିବା ସହିତ ସେ ଏହା କହିଛନ୍ତି। ଏହି ଉପଲକ୍ଷେ ନାଲ୍‌କୋରେ କାର୍ଯ୍ୟରତ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ଏବଂ କମ୍ପାନୀର ଉନ୍ନତି ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ସାଧାରଣ ସମ୍ପାଦକ ପରେଶ ଚନ୍ଦ୍ର ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକାରୀ ସଭାପତି ବିଭବ ଜେନା, ହେମନ୍ତ ପ୍ରଧାନ, ସନ୍ତୋଷ ମହାରଣା, ରମେଶ ତରାଇ, ବିଭୂତି ଶତପଥୀ, ଦୀନବନ୍ଧୁ ମିଶ୍ର, କୁଳମଣି ସାହୁ, ଟୁକୁ ସାହୁ, ପ୍ରଦୀପ ସାହୁ, ଅନୁଜ ତିର୍କୀ ପ୍ରମୁଖ ଉପସ୍ଥିତ ଥିଲେ।
ସେହିପରି ଏନ୍‌ଏନ୍‌ଇୟୁ କାର୍ଯ୍ୟାଳୟରେ ଆୟୋଜିତ ଶ୍ରମିକ ଦିବସରେ ୟୁନିୟନ୍‌ର ଉପଦେଷ୍ଟା ବଳରାମ ବେହେରା ସଂଘର ପତାକା ଉତ୍ତୋଳନ କରିଥିଲେ। ସାଧାରଣ ସମ୍ପାଦକ ନିର୍ମଳ ଶତପଥୀ ଉପସ୍ଥିତ ରହି ଶ୍ରମିକ ଦିବସର ତାତ୍ପର୍ଯ୍ୟ, ନାଲ୍‌କୋ ପ୍ଲାଣ୍ଟର ବିକାଶ, ଶ୍ରମିକଙ୍କ ଦାବି ଉପରେ ଆଲୋଚନା କରିଥିଲା। କାର୍ଯ୍ୟକାରୀ ସଭାପତି ସୁଶାନ୍ତ ସାମଲ, ଭରତ ମାଝି, ବଳଭଦ୍ର ସାମଲ, ଗନ୍ଦର୍ଭ ବିଶ୍ୱାଳ, ଶ୍ରମିକ ସଭା ସଭାପତି ବାବୁଲି ସେଠୀ, ଟିକନ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ନେସ୍‌ କାର୍ଯ୍ୟାଳୟରେ ସଭାପତି ଦିଲୀପ ମିଶ୍ର ପତାକା ଉତ୍ତୋଳନ କରିଥିଲେ। ସାଧାରଣ ସମ୍ପାଦକ ନିର୍ମଳ ସାମଲ, ମୁରଲୀଧର ପଣ୍ଡା, ବିଜନ ଦଳବେହେରା, ମନୋଜ ସ୍ବାଇଁ, ଅଟଳବିହାରୀ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ। ନେପୁ କାର୍ଯ୍ୟାଳୟରେ ଆୟୋଜିତ ଶ୍ରମିକ ଦିବସରେ କାର୍ଯ୍ୟକାରୀ ସଭାପତି ମାଗିଲାଲ୍‌ ସାମଲ ପତାକା ଉତ୍ତୋଳନ କରିବା ସହ ଶ୍ରମିକଙ୍କ ମୌଳିକ ଅଧିକାର ଉପରେ ଆଲୋଚନା କରିଥିଲେ। ସଭାପତି ବିନୋଦ ବିହାରୀ ସେଠ, ସାଧାରଣ ସମ୍ପାଦକ ବୈରାଗୀ ସେଠ, ସରୋଜ ସାହୁ, ସତ୍ୟଜିତ୍‌ ବିଶ୍ୱାଳ, ରଞ୍ଜିତ ରଥ, ବୁବୁ ସାହୁ, ଲିଟୁ ଗଡ଼ନାୟକ, ଜଗନ୍ନାଥ ସେଠ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଚଳିତବର୍ଷ କରୋନା କଟକଣା ଯୋଗୁ ସାମାଜିକ ଦୂରତା ମଧ୍ୟରେ ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ସମ୍ପନ୍ନ ହୋଇଥିଲା। ଏଥିରେ ଶ୍ରମିକନେତାମାନେ ପୂର୍ଣ୍ଣ ସହଯୋଗ କରିଥିଲେ।