ଶୋପିଆନ ଏନ୍‌କାଉଣ୍ଟର: ୩ ଆତଙ୍କବାଦୀ ମୃତ

ଶୋପିଆନ,୭।୬: ଜମ୍ମୁ-କଶ୍ମୀର ଶୋପିଆନର ରେବନ ଅଞ୍ଚଳରେ ରବିବାର ହୋଇଥିବା ଏନ୍‌କାଉଣ୍ଟରରେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା କଶ୍ମୀର ଜୋନ୍‌ ପୋଲିସ ସୂଚନା ଦେଇଛି। ସେଣ୍ଟ୍ରାଲ୍‌ ରିଜର୍ଭ ପୋଲିସ(ସିଆର୍‌ପିଏଫ୍‌)ର ୧୭୮ ବାଟେଲିଅନ, ରାଷ୍ଟ୍ରୀୟ ରାଇଫଲ୍ସ(ଆର୍‌ଆର୍‌), ସ୍ପେଶାଲ ଅପରେଶନ ଗ୍ରୁପ(ଏସ୍‌ଓଜି)ର ମିଳିତ ଉଦ୍ୟମରେ ଏହି ଏନ୍‌କାଉଣ୍ଟର କରାଯାଇଥିଲା। ତେବେ ମୃତ ଆଦଙ୍କବାଦୀଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ।