Categories: Home Leftଖେଳ

ଶୂନ୍ୟରେ ଆଉଟ୍‌ ହେବାରେ ଆଫ୍ରିଦୀଙ୍କ ଶତକ

ଢାକା,୧୪।୧୨- ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇସାରିଥିବା ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦୀ ଏବେ ବିଶ୍ୱର ବିଭିନ୍ନ ଲିଗ୍‌ରେ ଖେଳୁଛନ୍ତି। ମାତ୍ର ଏହି ଅବସରରେ ସେ ଶୂନ୍ୟରେ ଆଉଟ୍‌ ହେବରେ ଶତକ କରିଛନ୍ତି, ଯାହାକୁ ବିଶ୍ୱର କୌଣସି ଖେଳାଳି ହାସଲ କରିବାକୁ ଚାହିଁବେ ନାହିଁ। ବର୍ତ୍ତମାନ ସେ ବାଂଲାଦେଶ ପ୍ରିମିୟର ଲିଗ୍‌ (ପିବିଏଲ)ରେ ଢାକା ପ୍ଲାଟୁନ ପାଇଁ ଖେଳୁଛନ୍ତି। ରାଜଶାହି ରୟାଲ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ଏହି ପ୍ରସିଦ୍ଧ କ୍ରିକେଟର ଖାତା ଖୋଲି ପାରି ନ ଥିଲେ। ଏହାକୁ ମିଶାଇ ଆଫ୍ରିଦୀ ଖାତା ଖୋଲିବା ପୂର୍ବରୁ ୧୦୦ ଥର ଆଉଟ୍‌ ହୋଇଛନ୍ତି। ପ୍ରଥମ ଶ୍ରେଣୀ କ୍ରିକେଟରେ ୫୬ ଥର ଶୂନ୍ୟରେ ଆଉଟ୍‌ ହୋଇଥିବା ଆଫ୍ରିଦୀ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଥର ଶୂନ୍ୟରେ ଆଉଟ ହେବାରେ ମିଳିତ ନବମ ସ୍ଥାନରେ ରହିଛନ୍ତି। ତାଙ୍କ ସହ ଜାହିର ଖାଁ ଓ ଶେନ ଓ୍ବର୍ନ ୪୪ ଥର ଶୂନ୍ୟରେ ଆଉଟ ହୋଇଛନ୍ତି। ଶ୍ରୀଲଙ୍କାର କିମ୍ବଦନ୍ତୀ ସ୍ପିନର ମୁଥିଆ ମୁରଲୀଧରଣ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ୫୯ ଥର ଶୂନ୍ୟରେ ଆଉଟ୍‌ ହୋଇଛନ୍ତି।

Share