Over the shoulder shot of an attractive young woman looking at her reflection in a mirror
ଶୀତଦିନେ ଅନେକଙ୍କଠାରେ ଶୁଷ୍କ ତ୍ୱଚା ସମସ୍ୟା ଦେଖିବାକୁ ମିଳିଥାଏ। ହେଲେ ଅନେକ ଲୋକ ଏହାକୁ ଅଣଦେଖା କରିଥାନ୍ତି। ଯଦ୍ଦ୍ବାରା ତ୍ୱଚା ସମ୍ବନ୍ଧୀୟ ଅନେକ ସମସ୍ୟା ଭୋଗିବାକୁ ପଡ଼ିଥାଏ। ତେଣୁ ତ୍ୱଚାକୁ ଶୁଷ୍କ ହେବାକୁ ନ ଦେବା ଏବଂ ନରମ ରଖିବା ଆବଶ୍ୟକ। ଏହାସହ ଡାକ୍ତରଙ୍କ ପରାମର୍ଶରେ ଶୁଷ୍କ ତ୍ୱଚାର ଅବିଳମ୍ବେ ଚିକିତ୍ସା କରାଇବା ଜରୁରୀ। ଏହାର ଶୀଘ୍ର ଚିକିତ୍ସା କରା ନ ଗଲେ ଚର୍ମ ସଂକ୍ରମଣ(ସ୍କିନ୍ ଇନ୍ଫେକ୍ସନ୍) ସମସ୍ୟା ମଧ୍ୟ ଉପୁଜିଥାଏ। ଜୀବାଣୁ ଜନିତ ସଂକ୍ରମଣ ଦ୍ୱାରା ଚର୍ମ ଲାଲ୍ ପଡ଼ିବା ସହ ରକ୍ତ ଓ ପୂଯ ବାହାରିବା, ଫୁଲିବା ଆଦି ଲକ୍ଷଣ ଦେଖାଯାଇଥାଏ। ଏହି ଲକ୍ଷଣ ଗୁଡ଼ିକ ଦେଖାଦେଲେ ତୁରନ୍ତ ଅଭିଜ୍ଞ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ। ତେବେ ଶୁଷ୍କ ତ୍ୱଚା ସମସ୍ୟାରୁ ନିଜକୁ ଦୂରେଇ ରଖିବା ପାଇଁ ଗାଧୋଇବା ପରେ ନିୟମିତ ମଏଶ୍ଚରାଏଜର୍ କ୍ରିମ୍ ବ୍ୟବହାର କରିବା ଉଚିତ। ଏହାସହ କେତୋଟି ଗୁରୁତ୍ୱପୂର୍ଣ୍ଣ ବିଷୟ ଯଥା ଚର୍ମକୁ ବାରମ୍ବାର ନ କୁଣ୍ଡାଇବା, ଅତ୍ୟଧିକ ସମୟ ଏସି ରୁମ୍ରେ ନ ରହିବା, ଆବଶ୍ୟକ ଠାରୁ ଅଧିକ ଗରମ ପାଣିରେ ନ ଗାଧୋଇବା ଏବଂ ଡିଟର୍ଜେଣ୍ଟ ବ୍ୟବହାର ସମୟରେ ସତର୍କ ରହିବା ଉପରେ ଦୃଷ୍ଟିଦେଲେ ଶୁଷ୍କ ତ୍ୱଚାରୁ ରକ୍ଷା ପାଇପାରିବା। ସେହିପରି ଘରେ ଉପଲବ୍ଧ ନଡ଼ିଆତେଲ ଶୁଷ୍କ ତ୍ୱଚା ସମସ୍ୟାରେ ଭଲ କାମ କରିଥାଏ। ଏହା ବ୍ୟତୀତ ପେଟ୍ରୋଲିୟମ୍ ଜେଲି, ମହୁ ଏବଂ ଏଲୋଭେରା ଜେଲ୍ ବ୍ୟବହାର କରିବା ଦ୍ୱାରା ମଧ୍ୟ ଏହି ସମସ୍ୟାରୁ ରକ୍ଷା ମିଳିପାରିବ।