Arab woman icon portrait in hijab. Asian muslim traditional hijab. Vector illustration.
ଧର୍ମଶାଳା,୨୭ା୯(ଡି.ଏନ୍.ଏ.): ଧର୍ମଶାଳା ଥାନା ଅଞ୍ଚଳର ଜଣେ ମହିଳା ନିଜ ୫ ବର୍ଷର ଶିଶୁପୁତ୍ରକୁ ଧରି ପ୍ରେମିକଙ୍କ ସହିତ ଫେରାର ହୋଇଯାଇଛନ୍ତି। ଏ ନେଇ ଗୁରୁବାର ମହିଳାଙ୍କ ସ୍ବାମୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗ ଆଧାରରେ ଏକ ମାମଲା (ନଂ.୪୨୪/୧୯) ରୁଜୁ କରି ତଦନ୍ତ ଚଳାଇଛି। ଅଭିଯୋଗ ଅନୁଯାୟୀ, ୧୨ ବର୍ଷ ତଳେ ସେ ଭଦ୍ରକ ଜିଲା ତିହିଡି ଅଞ୍ଚଳର ସମ୍ପୃକ୍ତ ମହିଳାଙ୍କୁ ବିବାହ କରିଥିଲେ। ତାଙ୍କର ୧୦ ଓ ୫ ବର୍ଷର ଦୁଇଟି ପୁଅ ଅଛନ୍ତି। ତେବେ କୁଆଖିଆ ଥାନା ଅଞ୍ଚଳର ସଂଗ୍ରାମ ନାୟକ ତାଙ୍କ ସ୍ତ୍ରୀଙ୍କ ସହ ବିଭିନ୍ନ ସମୟରେ ଫୋନରେ କଥା ହେଉଥିଲେ। ଏପରି କି ତାଙ୍କ ଅନୁପସ୍ଥିତିରେ ଘରକୁ ଆସୁଥିଲେ। ଏହା ଜାଣିବା ପରେ ସେ ବାରଣ କରିଥିଲେ। ଗତ ମଙ୍ଗଳବାର ସେ ବଜାରକୁ ଯାଇଥିଲେ। ଘରକୁ ଫେରିବା ପରେ ସ୍ତ୍ରୀ ଓ ୫ବର୍ଷର ଶିଶୁପୁତ୍ରଙ୍କୁ ପାଇ ନ ଥିଲେ। ସେମାନଙ୍କୁ ସଂଗ୍ରାମ ନେଇଯାଇଥିବା ଜାଣିବା ପରେ ସେ ଥାନାରେ ଅଭିଯୋଗ କରିଛନ୍ତି।