ଶିଶୁଜନ୍ମ ହେବା ପରେ ଗଛ ନ ଲଗାଇଲେ ପଞ୍ଚାୟତରେ ହେବ ନାହିଁ ନାମ ପଞ୍ଜିକରଣ

ସୋଲମ,୮।୭: ହିମାଚଳ ସୋଲମ ଜିଲା ଝାହମାଜରିରେ ଥିବା ଭଟୋଲିକଲାଙ୍ଗ ପଞ୍ଚାୟତରେ ପରିବେଶକୁ ବଞ୍ଚାଇବା ଲାଗି ଏକ ନିଆରା ପଦକ୍ଷେପ ଗ୍ରହଣ କରାଯାଇଛି। ରବିବାର ଆୟୋଜିତ ଏକ ବିଶେଷ ଗ୍ରାମସଭାରେ ନିଷ୍ପତ୍ତି ନିଆଯାଇଛି କି ଯେଉଁ ପରିବାରରେ ଶିଶୁ ଜନ୍ମ ହେବ ସେହି ପରିବାରର ସଦସ୍ୟ ଗୋଟିଏ ଗଛ ଲଗାଇବେ। ଓ୍ବାର୍ଡ ମେମ୍ବର ଗଛ ଲଗାଯାଇଛି କି ନା ଯାଞ୍ଚ କରିବା ପରେ ଯାଇ ଶିଶୁଟିର ନାଁ ଗ୍ରାମପଞ୍ଚାୟତରେ ଥିବା ରେଜିଷ୍ଟରରେ ପଞ୍ଜିକରଣ କରାଯିବ। ଏହାପରେ ଉକ୍ତ ପଞ୍ଚାୟତର ଲୋକେ ଦାବି କରୁଛନ୍ତି କି ଏଭଳି ଏକ ନିଷ୍ପତ୍ତି ନେବାରେ ଏହା ଦେଶର ପ୍ରଥମ ପଞ୍ଚାୟତ। ଯଦି କେହି ଏଥିରେ ଅରାଜି ହୁଅନ୍ତି ତେବେ ତାଙ୍କୁ ବୃକ୍ଷରୋପଣ ପାଇଁ ପ୍ରେରିତ କରାଯିବ। କାହା ଉପରେ ଏହା ବାଧ୍ୟବାଧକତାରେ ଲଦି ଦିଆଯିବ ନାହିଁ। ଏଥିପାଇଁ ଲୋକଙ୍କର ସହଯୋଗ ନିଆଯିବ।