ଶହେ ବର୍ଷ ଇତିହାସରେ ପ୍ରଥମ ଘଟଣା: ବ୍ରିଟିଶ୍‌ ଏୟାରଓ୍ବେଜ୍‌ର ୪ ହଜାର ପାଇଲଟଙ୍କ ଧର୍ମଘଟ, ୧୫ ଶହରୁ ଅଧିକ ଉଡ଼ାଣ ବାତିଲ୍‌

ନୂଆଦିଲ୍ଲୀ,୯।୯: ବ୍ରିଟିଶ୍‌ ଏୟାରଓ୍ବେଜ୍‌ର ୪ ହଜାର ପାଇଲଟଙ୍କ ସୋମବାର ଧର୍ମଘଟ କରିଛନ୍ତି। ଫଳରେ ଭାରତରୁ ବ୍ରିଟେନ୍‌ ମଧ୍ୟରେ ବହୁ ଉଡ଼ାଣକୁ ବାତିଲ୍‌ କରାଯାଇଛି। ଯାତ୍ରୀଙ୍କୁ ବିମାନ ବନ୍ଦର ନ ଯିବା ପାଇଁ ବ୍ରିଟିଶ୍‌ ଏୟାରଓ୍ବେଜ୍‌ ପକ୍ଷରୁ ସୂଚନା ଦିଆଯାଇଛି। ପାଇଲଟଙ୍କ ଧର୍ମଘଟ ଯୋଗୁ ବ୍ରିଟିଶ୍‌ ଏୟାରଓ୍ବେଜ୍‌ର୧୫ ଶହରୁ ଅଧିକ ଉଡ଼ାଣକୁ ବାତିଲ୍‌ କରାଯାଇଛି। ଗତ ଶହେ ବର୍ଷ ମଧ୍ୟରେ ଏଭଳି ଧର୍ମଘଟ ପ୍ରଥମ ଘଟଣା ବୋଲି ବ୍ରିଟିଶ୍‌ ଏୟାରଓ୍ବେଜ୍‌ ପକ୍ଷରୁ କୁହାଯାଇଛି।