(FILES) In this file photo taken on December 24, 2018 an Indian delivery man working with the food delivery app Zomato sits on his bike in Mumbai. - An Indian food service has sparked a national debate and set off a social media storm by defending a Muslim delivery driver who was rejected by a Hindu customer. (Photo by Indranil MUKHERJEE / AFP)
ପାଟନା,୨୩।୯: ଲଗାତାର କିଛି ଦିନରୁ ଲୋକମାନେ ଅନ୍ଲାଇନ୍ରେ ଖାଦ୍ୟ ମଗାଇ ଠକେଇର ଶିକାର ହେଉଥିବା ଘଟଣା ସାମ୍ନାକୁ ଆସିଛି। ଏହି କ୍ରମରେ ଜଣେ ଇଞ୍ଜିନିୟର ମଧ୍ୟ ଠକେଇର ଶିକାର ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ବିହାରର ରାଜଧାନୀ ପାଟନାରେ ବିଷ୍ଣୁ ନାମକ ଜଣେ ଇଞ୍ଜିନିୟର ଜୋମାଟୋରେ ଶହେ ଟଙ୍କାର ଖାଦ୍ୟ ମଗାଇଥିଲେ। ଫୁଡ୍ ଡେଲିଭରି ବୟ ବିଷ୍ଣୁଙ୍କ ପାଖରେ ଖାଇବା ପହଞ୍ଚାଇଥିଲେ। ହେଲେ ତାଙ୍କୁ ଖାଇବା ପସନ୍ଦ ନ ଆସିବାରୁ ପୁଣି ଫେରସ୍ତ ପାଇଁ ଡେଲିଭରି ବୟଙ୍କୁ କହିଥିଲେ। ତେବେ ଏଥିପାଇଁ କଷ୍ଟମର କେୟାର ସହ କଥା ହେବାକୁ ପଡ଼ିବ ଏବଂ ସେ ଦେଇଥିବା ନିର୍ଦ୍ଦେଶକୁ ପାଳନ କରିବା ପାଇଁ ଡେଲିଭରି ବୟ ତାଙ୍କୁ ପରାମର୍ଶ ଦେଇଥିଲେ। ଏହାପରେ ବିଷ୍ଣୁ ଗୁଗଲରେ ଜୋମାଟୋର କଷ୍ଟମର କେୟାର ନମ୍ବରକୁ ସର୍ଚ୍ଚ କରି ଡାଏଲ କରିଥିଲେ। ଏଥିସହ ସେ ଦେଇଥିବା ସମସ୍ତ ନିର୍ଦ୍ଦେଶକୁ ମଧ୍ୟ ପାଳନ କରିଥିଲେ। କିଛି ସମୟ ପରେ ବିଷ୍ଣୁଙ୍କ ପାଖକୁ ଆଉ ଏକ କଲ୍ ଆସିଥିଲା। ନିଜକୁ ଜୋମାଟୋ କଷ୍ଟମର କେୟାରର ଏକ୍ସକ୍ୟୁଟିଭ୍ ଦର୍ଶାଇ ଶହେ ଟଙ୍କା ପେରସ୍ତ ପାଇଁ ବିଷ୍ଣୁଙ୍କ ଆକାଉଣ୍ଟରୁ ୧୦ଟଙ୍କା କଟିବ ବୋଲି କହିଥିଲେ। ଏଥିସହ ଆକାଉଣ୍ଟରେ ୧୦ଟଙ୍କା ଜମାକରିବା ପାଇଁ ସେ ଯୁବକଙ୍କ ପାଖକୁ ଏକ ଲିଙ୍କ୍ ପଠାଇଥିଲେ। ହେଲେ ସେହି ଲିଙ୍କ୍ ଜରିଆରେ ତାଙ୍କର ୭୭ହଜାର ଟଙ୍କା କଟିଯାଇଥିଲା। ଏହାକୁ ନେଇ ସେ ସ୍ଥାନୀୟ ପୋଲିସ ଓ ବ୍ୟାଙ୍କରେ ଅଭିଯୋଗ କରିଥିଲେ। ଏହି ଘଟଣା ସେପ୍ଟେମ୍ବର ୧୦କୁ ଘଟିଥିବା ବେଳେ ଆଜି ପର୍ଯ୍ୟନ୍ତ ତାଙ୍କର ଟଙ୍କା ଫେରସ୍ତ ପାଇପାରି ନାହାନ୍ତି ବିଷ୍ଣୁ ।