Adorable baby boy taking a bath with soap suds on hair
ଗାଧୋଇବା ପରେ ପୁରା ଦିନ ଫ୍ରେଶ୍ ଲାଗେ ବୋଲି ଅଧିକାଂଶ ଲୋକଙ୍କର ବିଶ୍ୱାସ ରହିଛି। ତେବେ କିଛି ଲୋକ ଗାଧୋଇବା ପରେ ମଧ୍ୟ ଫ୍ରେଶ୍ ଅନୁଭବ କରନ୍ତି ନାହଁି। ଗାଧୋଇବା ଅଭ୍ୟାସରେ କିଛି ପରିବର୍ତ୍ତନ ଆଣିଲେ ଦିନସାରା ଫ୍ରେଶ୍ ଲାଗିବ ବୋଲି ଟ୍ରିନିଟି ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ଗାଧୋଇବା ସମୟରେ କମ୍ ସାବୁନ ବ୍ୟବହାର କଲେ ଦିନସାରା ଫ୍ରେଶ୍ ଲାଗେ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି। ଅଧିକ ସାବୁନ ବ୍ୟବହାର ଦ୍ୱାରା ଏଥିରେ ଥିବା କ୍ଲିନିଙ୍ଗ ଏଜେଣ୍ଟ ଯୋଗୁ ଶରୀର ଅଧିକ ଶୁଷ୍କ ହୋଇଯାଏ। ଏହାଦ୍ୱାରା ମସ୍ତିଷ୍କରେ ନକାରାତ୍ମକ ପ୍ରଭାବ ପଡ଼େ। ଫଳରେ ବିଭିନ୍ନ ହରମୋନ୍ କ୍ଷରଣରେ ଅସମାନତା ଯୋଗୁ ମନରେ ଫ୍ରେଶ୍ ଅନୁଭୁତି ଆସି ପାରେ ନାହିଁ। ସେହିପରି ଗାଧୋଇବା ସମୟରେ ପୁରୁଣା ଟାୱେଲ ବ୍ୟବହାର ନ କଲେ ଭଲ। ଏଥିରେ ଥିବା ବ୍ୟାକ୍ଟେରିଆ ଶରୀରରେ ରହିଯାଏ। ଯାହାଦ୍ୱାରା ଗାଧୋଇବା ପରେ ମଧ୍ୟ କିଭଳି ଏକ ଅସହ୍ୟ ବୋଧ ଅନୁଭବ ହୁଏ। ଥଣ୍ଡାଦିନରେ ଗରମ ପାଣିରେ ଗାଧୋଇଲେ ଆରାମ ମିଳିଥାଏ । କିନ୍ତୁ ଏହା ଶରୀରର ମଏଶ୍ଚରକୁ ଶୁଷ୍କ କରିଦିଏ । ଅଧିକ ଗରମ ପାଣିରେ ଗାଧୋଇବା ଦ୍ୱାରା ଶରୀରର ତାପମାତ୍ରା ବିଗିଡ଼ିଯାଏ ଏବଂ ଝାଳ ବାହାରିଥାଏ। ଝାଳ ଯୋଗୁ ଶରୀର ଦୁର୍ଗନ୍ଧ ହୋଇଥାଏ । ତେଣୁ ଗାଧୋଇବା ପରେ ମଧ୍ୟ ଫ୍ରେଶ୍ ଅନୁଭବ ହୁଏ ନାହିଁ। ତ୍ୱଚାକୁ କୋମଳ ରଖିବା ପାଇଁ ଗାଧୋଇବା ପରେ ମଏଶ୍ଚରାଇଜର ଲଗାଇଲେ ସୁଫଳ ମିଳିଥାଏ ବୋଲି ଏହି ଗବେଷଣା ରିପୋର୍ଟରେ ସୂଚିତ କରାଯାଇଛି ।