India's Mayank Agarwal raises his bat after scoring one hundred fifty runs during the second day of the first cricket test match against South Africa in Visakhapatnam, India, Thursday, Oct. 3, 2019. (AP Photo/Mahesh Kumar A.)
ପୁଣେ, ୧୧।୧୦: ଭାରତୀୟ ଦଳର ଓପନର ମୟଙ୍କ ଅଗ୍ରଓ୍ବାଲ ଏବେ ଜବରଦସ୍ତ ଫର୍ମରେ ଅଛନ୍ତି। ପ୍ରଥମ ଟେଷ୍ଟରେ ଦ୍ୱିଶତକ ଲଗାଇବାରେ ପରେ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଶତକ ଅର୍ଜନ କରିଛନ୍ତି। ଏପର୍ଯ୍ୟନ୍ତ ମାତ୍ର ୬ଟି ଟେଷ୍ଟ ଖେଳିଥିବା ମୟଙ୍କ ଭାରତୀୟ ଟେଷ୍ଟ ଦଳର ଆଗାମୀ ଭବିଷ୍ୟତ ବୋଲି କ୍ରିକେଟ ବିଶେଷଜ୍ଞ ମତ ଦେଇଛନ୍ତି। ଦ୍ୱିତୀୟ ଟେଷ୍ଟ ଶତକ ହାସଲ ପରେ ମୟଙ୍କ ସାକ୍ଷାତକାର ନେଇଥିଲେ ସାଥି ଖେଳାଳି ଚେତେଶ୍ୱର ପୂଜାରା। ଗତ କିଛିଦିନ ହେବ ତୁମେ କ’ଣ ଖାଉଛି ବୋଲି ସେ ତାଙ୍କ ପ୍ରଶ୍ନ କରିଥିଲେ। ମୁଁ ସବୁବେଳେ ଘରୋଇ ଖାଦ୍ୟ ଖାଇବାକୁ ପସନ୍ଦ କରେ, ଗତ କିଛି ଦିନ ହେବ ଇଡଲୀ, ଚଟଣୀ ଏବଂ ସମ୍ବର ଖାଉଥିଲି ବୋଲି ମୟଙ୍କ କହିଛନ୍ତି। ଆଗକୁ ଫର୍ମ ବଜାୟ ରଖିବାକୁ ପ୍ରୟାସ କରିବି ବୋଲି ସେ କହିଛନ୍ତି।