ଶଟ୍‌ଡାଉନ୍‌ ନିୟମ ଉଲ୍ଲଂଘନ: ଛତ୍ରପୁରର ୯ ଦୋକାନ ସିଲ୍‌

ଛତ୍ରପୁର,୭ା୬(ଡି.ଏନ୍‌.ଏ.): କରୋନା ନେଇ ଗଞ୍ଜାମ ଜିଲାରେ ୬୦ ଘଣ୍ଟିଆ ଶଟ୍‌ଡାଉନ୍‌ ଜାରିରହିଛି। ଅପରପକ୍ଷରେ ଏହି ଗାଇଡ୍‌ଲାଇନ୍‌କୁ ଅମାନ୍ୟ କରିଥିବାରୁ ଜିଲା ହେଡକ୍ୱାର୍ଟର ଛତ୍ରପୁର ସହରର ୯ଟି ଦୋକାନକୁ ରବିବାର ଏନ୍‌ଏସି କର୍ତ୍ତୃପକ୍ଷ ସିଲ୍‌ କରିଦେଇଛନ୍ତି। ଏଥିସହ ଏହି ଦୋକାନୀମାନଙ୍କଠାରୁ ୯ ହଜାର ୫୦୦ ଟଙ୍କା ଜରିମାନା ଆଦାୟ ହୋଇଛି। ଏନ୍‌ଏସି ନିର୍ବାହୀ ଅଧିକାରୀ ଏନ୍‌. ଗଣେଶ ବାବୁଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଛି। ଏଥିସହ ମାସ୍କ ପିନ୍ଧି ନ ଥିବା ଲୋକଙ୍କଠାରୁ ମଧ୍ୟ ଜରିମାନା ଆଦାୟ କରାଯାଉଛି। ପୂର୍ବରୁ ଏନ୍‌ଏସି କର୍ତ୍ତୃପକ୍ଷଙ୍କ ପକ୍ଷରୁ ୨ଟି ଦୋକାନ ସିଲ୍‌ ହୋଇଥିଲା।

Share