30 August 2011, Rajasthan,India: Local girls meeting Mabel van Oranje on a tour of rural Rajasthan, India at Bonli and Hanuta villages meeting with local leaders and village girls to discuss the issue of child marriage. Picture by Graham Crouch/The Elders
ଏଥେନ୍ସ: ଗ୍ରୀସର ଦ୍ୱୀପ ଏନ୍ତିକେଥେରାରେ ଲୋକସଂଖ୍ୟ। ବୃଦ୍ଧି କରିବା ପାଇଁ ସେଠାକାର ସରକାର ଏକ ଅଫର ଦେଇଛନ୍ତି। ସେହି ଦ୍ୱୀପରେ ରହିଲେ ମାଗଣାରେ ଘର ଓ ଜମି ପାଇବା ସହ ରହିବାର ପ୍ରଥମ ତିନି ମାସ ଯାଏ ପ୍ରତିମାସରେ ୫୬୫ ଡଲାର( ପାଖାପାଖି ୪୦ ହଜାର ଟଙ୍କା) ମିଳିବ ବୋଲି କୁହାଯାଇଛି। ଗ୍ରୀସର କ୍ରେଟ ଦ୍ୱୀପ ନିକଟରେ ଥିବା ଏନ୍ତିକେଥେରାର ପଥୁରିଆ ଜାଗା ଓ ସଫା ପାଣି ଲାଗି ବେଶ୍ ଜଣାଶୁଣା। ୨୦ ବର୍ଗ କିଲୋମିଟର ବ୍ୟାପୀ ଏହି ଦ୍ୱୀପରେ ଏବେ ୨୪ ଜଣ ରହୁଛନ୍ତି । ଏମାନେ କାଳେ ଏହି ଜାଗା ଛାଡି ଚାଲିଯିବେ ସେଥିପାଇଁ ସରକାର ଏଭଳି ଅଫର ଦେଇଛନ୍ତି। ଏବେ ସୁଦ୍ଧା ୪ଟି ପରିବାର ସେଠାରେ ରହିବା ପାଇଁ ଆବେଦନ କରିସାରିଛନ୍ତି। ସେଠାରେ ବହୁଦିନରୁ ବନ୍ଦ ହୋଇଥିବା ଏକ ସ୍କୁଲକୁ ମଧ୍ୟ ଖୋଲାଯାଇଛି। ଦ୍ୱୀପର ପୋତାମୋସ ନମକ ଏକ ଗାଁରେ କେହି ବି ନାହାନ୍ତି। ଏଣୁ କେମିତି ସେଠାରେ ଲୋକ ରହିବେ ସେଥିପାଇଁ ବ୍ୟାକିଂ, ଫିଶିଂ, ଫାର୍ମିଂ ଓ କନ୍ଷ୍ଟ୍ରକ୍ସନ ସହ ଜଡ଼ିିତ ଲୋକମାନଙ୍କୁ ରହିବା ନିମନ୍ତେ ଆମନ୍ତ୍ରଣ କରାଯାଉଛି।