India's Jasprit Bumrah celebrates after the dismissal of Bangladesh's Sabbir Rahman during the Cricket World Cup match between India and Bangladesh at Edgbaston in Birmingham, England, Tuesday, July 2, 2019. (AP Photo/Rui Vieira)
ନୂଆଦିଲ୍ଲୀ,୧।୬ (ପି.ଟି.): କ୍ରିକେଟରେ ଆଲିଙ୍ଗନ କରିବା ଓ ହାଇ ଫାଇଭ ଅର୍ଥାତ ଦୁଇ ଖେଳାଳି ପରସ୍ପର ମଧ୍ୟ ତାଳି ବଜାଇବା ଏକ ଅବିଚ୍ଛେଦ୍ୟ ଅଙ୍ଗ। କରୋନା ଭାଇରସ କାରଣରୁ ଏହାକୁ ବାରଣ କରିହେବ। ତେବେ ବଲ୍ରେ ଲାଳ ନ ଲଗାଇବାରୁ ନିଜକୁ ରୋକିବା କଷ୍ଟକର ହେବ ବୋଲି ଭାରତୀୟ ତାରକା ଦ୍ରୁତ ବୋଲର ଯଶପ୍ରୀତ୍ ବୁମ୍ରା କହିଛନ୍ତି। ଲାଳର ବିକଳ୍ପ ଯୋଗାଇଦେବା ନିହାତି ଜରୁରୀ ବୋଲି ସେ କହିଛନ୍ତି। କୋଭିଡ-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଅନିଲ କୁମ୍ବଲେଙ୍କ ନେତୃତ୍ୱାଧୀନ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) କ୍ରିକେଟ କମିଟି ବଲ୍ରେ ଲାଳ ନ ଲଗାଇବାକୁ ସୁପାରିସ୍ କରିଥିଲା। ତେବେ ଏହାର ବିକଳ୍ପ ଭାବେ କମିଟି କୌଣସି ବିକଳ୍ପ ଜିନିଷ ଲଗାଇବାକୁ ମଧ୍ୟ ଅନୁମତି ଦେଇନାହିଁ। ଏହି ନୂଆ ନିୟମ ବୋଲରମାନଙ୍କ ପାଇଁ କଷ୍ଟକର ପରିସ୍ଥିତି ସୃଷ୍ଟି କରିଛି। ତେଣୁ ଅନ୍ୟ ବୋଲମାନଙ୍କ ସହିତ ଲାଳର ବିକଳ୍ପ ବାହାର କରିବାକୁ ବୁମ୍ରା କହିଛନ୍ତି।
ଉଇକେଟ ନେବା ପରେ ଉତ୍ସବ ମନାଇବା ପାଇଁ ଆଲିଙ୍ଗନ ଓ ହାଇ ଫାଇଭ୍ ନ କଲେ ଚଳିବ। ତେବେ ବଲ୍ରେ ଲାଳ ନ ଲଗାଇଲେ ପରିସ୍ଥିତି ଆହୁରି କଷ୍ଟକର ହେବ। ପ୍ରତ୍ୟାବର୍ତ୍ତନ ପରେ କେଉଁ ନିୟମ ପାଳନ କରାଯିବ ତାହା ଜାଣିନାହିଁ, କିନ୍ତୁ ଲାଳର ବିକଳ୍ପ ବ୍ୟବହାର ନେଇ ଅନୁମତି ଦେବା ନିହାତି ଜରୁରୀ। ବଲରେ ଲାଳ ନ ଲଗା ଗଲେ ବ୍ୟାଟ୍ସମ୍ୟାନଙ୍କ ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି ହେବ ବୋଲି ସେ କହିଛନ୍ତି। ଲକ୍ ଡାଉନ୍ କାରଣରୁ ବୁମ୍ରା ଗତ ଦୁଇମାସ ହେବ ବୋଲିଂ କରିପାରି ନାହାନ୍ତି। ପ୍ରତି ସପ୍ତାହର ୬ ଦିନ ଅଭ୍ୟାସ କରିଥାଏ। କିନ୍ତୁ ଇତିମଧ୍ୟରେ ଦୀର୍ଘ ଦିନ ଧରି ବୋଲିଂ କରିନାହିଁ। ତେଣୁ ଏବେ ପ୍ରଥମ ବଲ୍ ବୋଲିଂ କଲେ ଦେହରେ କିପରି ପ୍ରତିକ୍ରିୟା ପ୍ରକାଶ କରିବ ତାହା ଜାଣିନାହିଁ। ତେଣୁ ଆଗକୁ ବୋଲରମାନଙ୍କ ପାଇଁ ଏକାଧିକ ଚ୍ୟାଲେଞ୍ଜ ରହିଛି ବୋଲି ବୁମ୍ରା କହିଛନ୍ତି ।