ଲାଲୁ ଯାଦବଙ୍କ ସମେତ କିଛି ନେତାଙ୍କର କମିଲା ସୁରକ୍ଷା

ପାଟନା,୨୩।୭: ଗୃହ ମନ୍ତ୍ରଣାଳୟ ପକ୍ଷରୁ ବଡ଼ ବଡ଼ ନେତାଙ୍କୁ ଦିଆଯାଉଥିବା ସୁରକ୍ଷା ବ୍ୟବସ୍ଥା ଉପରେ ସଂଶୋଧନ କରାଯାଇଛି। ଏନେଇ ଏକ ନୋଟିସ ଜାରି କରାଯାଇଛି। ଏଥିରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ, ବିଏସ୍‌ପି ଏମ୍‌ପି ଶତୀଷ ଚନ୍ଦ୍ର ମିଶ୍ର, ଉତ୍ତରପ୍ରଦେଶର ଭାଜପା ନେତା ସଙ୍ଗୀତ ସୋମ, ଭାଜପା ଏମ୍‌ପି ରାଜୀବ ପ୍ରତାପ ରୁଡିଙ୍କୁ ଦିଆଯାଇଥିବା ସୁରକ୍ଷା କମାଇ ଦିଆଯାଇଛି। ଏଥିସହ କେନ୍ଦ୍ର ଉତ୍ତରପ୍ରଦେଶ ସରକାରଙ୍କ ମନ୍ତ୍ରୀ ସୁରେଶ ରାଣା, ଏଲ୍‌ଜିପି ଏମ୍‌ପି ଚିରାଗ ପାସଓ୍ବାନ ଓ ପୂର୍ବତନ ଏମ୍‌ପି ପପୁ ଯାଦବଙ୍କ ସୁରକ୍ଷାକୁ ମଧ୍ୟ କମ୍‌ କରାଯାଇଛି। ଏମାନଙ୍କ ସହ ଆଉ ସିଆରପିଏଫ୍‌ ଯବାନ ରହିବେ ନାହିଁ। କେନ୍ଦ୍ରମନ୍ତ୍ରୀ ରାମବିଲାସ ପାସଓ୍ବାନଙ୍କ ପୁଅ ଚିରାଗଙ୍କୁ ଏବେ ଓ୍ବାଇ ଶ୍ରେଣୀର ସୁରକ୍ଷା ମିଳିବ ବୋଲି ଜଣାପଡ଼ିଛି।