India's Prime Minister Narendra Modi speaks during the inauguration of a hydroelectric power plant in the state of Jammu and Kashmir, at Sher-i-Kashmir International Conference Centre (SKICC) in Srinagar, May 19, 2018. REUTERS/Danish Ismail
ନୂଆଦିଲ୍ଲୀ,୨୮।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସ୍ବାଧିନତା ସଂଗ୍ରାମୀ ଲାଲା ଲଜପତ ରାଏଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ମୋଦି କହିଛନ୍ତି ରାଷ୍ଟ୍ର ଉଦ୍ଦେଶ୍ୟରେ ତାଙ୍କ ତ୍ୟାଗର କାହାଣୀ ସର୍ବଦା ଦେଶବାସୀଙ୍କୁ ପ୍ରେରଣା ଦେବ। ମୋଦି ଟୁଇଟ୍ କରି ଲେଖିଛନ୍ତି, ଭାରତମାତାର ଏହି ବୀର ସନ୍ତାନଙ୍କୁ ସାଲ୍ୟୁଟ, ପଞ୍ଜାବ କେଶରୀ ଲାଲା ଲଜପତ ରାଏଙ୍କ ସ୍ବାଧିନ ଭାରତ ପ୍ରତି ଥିବା ଅବଦାନକୁ ଦେଶବାସୀ ଚୀରକାଳ ମନେ ରଖିବେ। ଏହାସହ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଟୁଇଟ୍ କରି ଲାଲାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।