ଲାଇଟ୍‌ ଆଣ୍ଡ ସାଉଣ୍ଡ୍‌ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତ ଅଟକ

ଗଞ୍ଜାମ, ୧୦।୨(ଡି.ଏନ.ଏ.): ଗଞ୍ଜାମ ଥାନା ଦୁର୍ଗାଦେବୀ ସାହି ସ୍ଥିତ ଷ୍ଟେଟବ୍ୟାଙ୍କ ଏଟିଏମଠାରେ ଲାଇଟ ଏଣ୍ଡ ସାଉଣ୍ଡ ମାଲିକ ବାଳକୃଷ୍ଣ ପଣ୍ଡାଙ୍କୁ ମରଣାତ୍ମକ ଆକ୍ରମଣ ହୋଇଥିବା ଜଣାପଡିଛି l ଏଥିରେ ସେ ଆହତ ହୋଇଛନ୍ତି। ଖବର ପାଇ ଗଞ୍ଜାମ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଗଞ୍ଜାମ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବା ସହ ଅଭିଯୁକ୍ତ ଦୁର୍ଗାଦେବୀ ସାହିର ଗୋପୀନାଥ ସତପଥୀଙ୍କ ପୁଅ ଦୀପକ (୩୨)ଙ୍କୁ ଥାନାରେ ଅଟକ ରଖାଯାଇଥିବା ଜଣାପଡିଛି। ପୂର୍ବରୁ ମାଡମାରିଥିବା ଯୁବକ ଦୀପକଙ୍କ ନାମରେ ଗଞ୍ଜାମ ଥାନାରେ ୬ଟିି ମାମଲା ଥିବା ଥାନା ପୋଲିସ ପକ୍ଷରୁ କୁହାଯାଇଛି l ସୋମବାର ପୂର୍ବାହ୍ନରେ ଆହତ ବାଳକୃଷ୍ଣ ଥାନାରେ ଏତଲା ଦେଇଥିବା ଜଣାପଡିଛି l ଏ ନେଇ ଥାନାଧିକାରୀଙ୍କୁ ପଚାରିବାରୁ ସେ କହିଥିଲେ ସମ୍ପୃକ୍ତ ଯୁବକଙ୍କୁ ଥାନାରେ ଅଟକ ରଖାଯାଇଛି। ତାଙ୍କ ନାଁରେ ମାମଲା ରୁଜୁ କରାଯିବ ବୋଲି ସେ କହିଛନ୍ତି। ପ୍ରକାଶ ଯେ ପୂର୍ବରୁ ମାଡ ମାରିଥିବା ଯୁବକ ବାଳକୃଷ୍ଣଙ୍କ ମୋବାଇଲ ଚୋରି କରି ଧରାପଡିଥିଲେ। ସେହି ରାଗ ରଖି ଏହି ଘଟଣା ଘଟାଇଥିବା ଆଲୋଚନା ହେଉଛି।

Share
Tags: ganjam