An Indian Air Force SU-30 Fighter lands at Nellis Air Force Base, Nev., August 6, 2008 for participation in Red Flag 08-4. This marks the first time in history that the Indian Air Force has participated in a Red Flag exercise here at Nellis. (U.S. Air Force Photo by Airman 1st Class Stephanie Rubi (RELEASED)
ନୂଆଦିଲ୍ଲୀ,୧୨।୫: ଚାଇନାର ପିପୁଲ୍ସ ଲିବରେଶନ ଆର୍ମି ଓ ଭାରତୀୟ ସେନା ମଧ୍ୟରେ ନିକଟରେ ଉତ୍ତର ସିକ୍କିମ ନିକଟରେ ମୁହାମୁହିଁ ହୋଇଥିଲା। ଏଥିରେ ଉଭୟ ପକ୍ଷର ଯବାନ ଆହତ ହୋଇଥିଲେ। ଏବେ ଲଦାଖର ବାସ୍ତବିକ ନିୟମନ୍ତ୍ରଣ ରେଖା ନିକଟରେ ଚାଇନା ହେଲିକପ୍ଟର ଉଡୁଥିବା ଦେଖିବା ପରେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ସେଠାରେ ପାଟ୍ରୋଲିଂ ପାଇଁ ପହଞ୍ଚଥିବା ସୂଚନା ମିଳିଛି। ଏହି ଘଟଣା ଗତ ସପ୍ତାହରେ ପ୍ରାୟତଃ ସେହି ସମୟରେ ଘଟିଛି ଯେଉଁ ସମୟରେ ଚାଇନା ଓ ଭାରତୀୟ ସେନା ମଧ୍ୟରେ ସିକ୍କିମ ସୀମାନେ ମୁହାଁମୁହିଁି ହୋଇଥିଲା। ସମାଚାର ଏଜେନ୍ସି ଏଏନ୍ଆଇର ସୂଚନା ଅନୁଯାୟୀ, ଚାଇନାର ହେଲିକପ୍ଟର ଲଦାଖର ବାସ୍ତବିକ ନିୟମନ୍ତ୍ରଣ ରେଖା ନିକଟରେ ଉଡୁଥିବା ଦେଖିବା ପରେ ଭାରତୀୟ ବାୟୁସେନା ସଜାଗ ହୋଇ ଯାଇଥିଲା। ଏହାପରେ ଚାଇନା ହେଲିକପ୍ଟରର ଗତିବିଧି ଜାଣିବା ପାଇଁ ସୀମାରେ ଯୁଦ୍ଧ ବିମାନ ପାଟ୍ରୋଲିଂ ଆରମ୍ଭ କରି ଦେଇଥିଲା।