Categories: Home Leftଖେଳ

ଜମ୍ମୁ-କଶ୍ମୀର ତରଫରୁ ଖେଳିପାରିବେ ଲଦାଖ ଖେଳାଳି

ନୂଆଦିଲ୍ଲୀ,୬।୮(ପି.ଟି.)- ବର୍ତ୍ତମାନ ନୂଆକରି ଗଠିତ ହୋଇଥିବା କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରୁ ଖେଳାଳିମାନେ ଜମ୍ମୁ-କଶ୍ମୀର ତରଫରୁ ଆଗାମୀ ଘରୋଇ ସେସନରେ ପ୍ରତନିଧିତ୍ୱ କରିପାରିବେ ବୋଲି ମଙ୍ଗଳବାର କ୍ରିକେଟ ପ୍ରଶାସକ କମିଟି (ସିଓଏ) ମୁଖ୍ୟ ବିନୋଦ ରାଏ କହିଛନ୍ତି। ସମ୍ବିଧାନର ୩୭୦ ଧାର ଉଚ୍ଛେଦ କରି ସରକାର ସୋମବାର ଜମ୍ମୁ- କଶ୍ମୀର ରାଜ୍ୟକୁ ଦୁଇ ଭାଗ କରି ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିଛନ୍ତି। ଗୋଟିଏ ହେଲା ଲାଦାଖ ଓ ଅନ୍ୟଟି ହେଲା ଜମ୍ମୁ- କଶ୍ମୀର। ତେବେ ବର୍ତ୍ତମାନ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏହି ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଅଲଗା ଅଲଗା ରାଜ୍ୟ ଆସୋସିଏଶନ ଗଠନ କରିବ ନାହିଁ। ଫଳରେ ଉଭୟ ଅଞ୍ଚଳର ଖେଳାଳି ଜମ୍ମୁ- କାଶ୍ମୀର ପାଇଁ ବିସିସିଆଇର ସବୁ ପ୍ରକାର ଘରୋଇ କ୍ରିକେଟରେ ପ୍ରତିନିଧିତ୍ୱ କରିବେ ବୋଲି ବିନୋଦ ସ୍ପଷ୍ଟ କରିଛନ୍ତି। ଅବଶ୍ୟ ଏପର୍ଯନ୍ତ ଲଦାଖରୁ କୌଣସି ଖେଳାଳି ଜମ୍ମୁ- କଶ୍ମୀର ପାଇଁ ଖେଳିନାହାନ୍ତି। ଆଗାମୀ ଡିସେମ୍ବରରୁ ଦେଶର ସର୍ବବୃହତ ଘରୋଇ କ୍ରିକେଟ ଟୁର୍ନାମେଣ୍ଟ ରଣଜୀ ଟ୍ରଫି ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ପ
ପୁଡ୍ଡୁଚେରୀ ଭଳି ଲଦାଖକୁ ମତଦାନ ଅଧିକାର ମିଳିବ କି ବୋଲି ପ୍ରଶ୍ନ ହେବାରୁ ବିନୋଦ ଏ ନେଇ କୌଣସି ଆଲୋଚନା କରାଯାଇନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଚଣ୍ଡିଗଡ଼ କେନ୍ଦ୍ରଶାସିତ ଅଞ୍ଚଳ ହୋଇଥିଲେ ମଧ୍ୟ ଏହାର ଖେଳାଳିମାନେ ପଞ୍ଚାବ କିମ୍ବା ହରିୟାଣା ତରଫରୁ ପ୍ରତିନିଧିତ୍ୱ କରିଥାନ୍ତି। ଠିକ୍‌ ସେହିପରି ଏବେ ଲଦାଖର ଖେଳାଳିମାନେ ଜମ୍ମୁ- କଶ୍ମୀର ତରଫରୁ ପ୍ରତିନିଧିତ୍ୱ କରିବେ ବୋଲି ବିନୋଦ କହିଛନ୍ତି। ୩୭୦ ଧାରା ଉଚ୍ଛେଦ ହୋଇଥିଲେ ମଧ୍ୟ ବିସିସିଆଇ ଏ ନେଇ ଆଦୌ ଚିନ୍ତିତ ନୁହଁ। କଦ୍‌ଶ୍ମୀର ଉପତ୍ୟକାରେ ପୂର୍ବପରି କ୍ରିକେଟ ଚାଲୁ ରହିବ ବୋଲି ସେ କହିଛନ୍ତି। ଗତବର୍ଷ ଭଲି ଜମ୍ମୁ- କଶ୍ମୀର ଶ୍ରୀନଗରରେ ତା’ର ଘରୋଇ ମ୍ୟାଚ୍‌ ଖେଳିବ। ବିକଳ୍ପ ଭେନ୍ୟୁ ନେଇ କୌଣସି ଆଲୋଚନା କରାଯାଇ ନାହିଁ। ତେଣୁ କୌଣସ ପରିବର୍ତ୍ତନ କରାଯିବ ନାହିଁ। ଅମରନାଥ ଯାତ୍ରୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସବୁ ବୟସ ବର୍ଗର ଅଭ୍ୟାସ ଶିବିରକୁ ଅନର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚାଇ ଦେବାକୁ ନିଷ୍ପତ୍ତି ନେଇଥିଲେ। ରାଜ୍ୟ ଟିମ୍‌ ମେଣ୍ଟର ଇର୍ଫାନ ପଠାନଙ୍କ ସହିତ ସବୁ ୧୦୦ କ୍ରିକେଟରଙ୍କୁ କଶ୍ମୀର ଉପତ୍ୟକା ଛାଡି ଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।