London: Indian cricket captain Virat Kohli's wax figure unveiled at Lord's Cricket Ground to mark launch of ICC Men's World Cup 2019, in London Wednesday, May 30, 2019. (PTI Photo) (PTI5_29_2019_000149B)
ଲଣ୍ଡନ,୩୦।୫(ପି.ଟି.)- ଆଇସିସି ବିଶ୍ୱକପ୍ ଶୁଭାରମ୍ଭ ଅବସରରେ ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଭାରତୀୟ ଅଧିନାୟକ ତଥା ବ୍ୟାଟିଂ ସୁପରଷ୍ଟାର ବିରାଟ୍ କୋହଲିଙ୍କ ମହମ ପ୍ରତିମୂର୍ତ୍ତୀ ଉନ୍ମୋଚନ କରାଯାଇଛି। ଜଣାଶୁଣା ଓ୍ବାକ୍ସ ମ୍ୟୁଜିୟମ ମ୍ୟାଡମ ତୁସାଦ ଏହାର ଉନ୍ମୋଚନ କରିଛି। ଗୁରୁବାରଠାରୁ ଜୁଲାଇ ୧୫ ପର୍ଯ୍ୟନ୍ତ ଟୁର୍ନାମେଣ୍ଟ ଅସବରରେ ଏହି ପ୍ରତିମୁର୍ତ୍ତୀ ମ୍ୟାଡମ ତୁସାଦ ମ୍ୟୁଜିୟମ୍ରେ ରହିବ। ଆଗାମୀ ସପ୍ତାହରେ ଦେଶରେ କ୍ରିକେଟ କ୍ରେଜ୍ ଆଶାତୀତ ଭାବେ ବୃଦ୍ଧି ଘଟିବ। ତେଣୁ ଏହି ଅବସରରେ କୋହଲିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହେବା ଏକ ବଡ଼ କଥା ବୋଲି ଲଣ୍ଡନ ସ୍ଥିତ ମ୍ୟାଡାମ ଦୁସାଦ ଜେନେରାଲ ମ୍ୟାନେଜର ଷ୍ଟିଭ ଡେଭିସ୍ କହିଛନ୍ତି। କ୍ରିକେଟ ପ୍ରଶଂସକମାନେ ସେମାନଙ୍କ ହିରୋର ଖେଳ ଉପଭୋଗ କରିବା ସଙ୍ଗେସଙ୍ଗେ ପ୍ରତିମୂର୍ତ୍ତିକୁ ଦେଖିବାରୁ ସୁଯୋଗ ହାସଲ କରିବେ ବୋଲି ସେ କହିଛନ୍ତି। ଏହି ପ୍ରତିମୁର୍ତ୍ତିରେ କୋହଲି ଭାରତୀୟ ଜର୍ସି ପିନ୍ଧିଥିବାର ଦେଖିବାକୁ ମିଳିବ। ସେହିପରି ପ୍ରତିମୂର୍ତ୍ତୀ ପାଇଁ କୋହଲି ନିଜେ ଜୋତା ଓ ଗ୍ଲୋଭ ଦେଇଛନ୍ତି। କୋହଲିଙ୍କ ପୂର୍ବରୁ ଉସେନ ବୋଲ୍ଟ, ସାର ମୋ ଫରା ଓ କ୍ରିକେଟ ଆଇକନ ସଚିନ ତେନ୍ଦୁଲକରଙ୍କ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଛି। ବିଶ୍ୱକପ୍ ଅବ୍ୟବହିତ ପୂର୍ବରୁ ଲଡର୍ସରେ କୋହଲିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହେବା ସୌଭାଗ୍ୟର ବିଷୟ ବୋଲି ଲର୍ଡସ କ୍ରିକେଟ ଗ୍ରାଉଣ୍ଡ ହେଡ୍ ଅଫ୍ ରିଟେଲ ଆଣ୍ଡ ଟୁର୍ସ ଟାରା କୁନିଙ୍କହାମ କହିଛନ୍ତି। କୋହଲିଙ୍କ ଏହି ପ୍ରତିମୂର୍ତ୍ତି ସମସ୍ତଙ୍କୁ ଆମୋଦିତ କରିବ ବୋଲି ସେ କହିଛନ୍ତି।