ଲକ୍‌ଡାଉନ ନିୟମ ଉଲ୍ଲଂଘନ: ବ୍ରହ୍ମପୁର ଜିଲାରେ ୧୭୫୭ ବାଇକ୍‌ ଜବତ

ବ୍ରହ୍ମପୁର ଅଫିସ,୧୦ା୪-କରୋନା ପାଇଁ ସାରା ଦେଶରେ ଲକ୍‌ଡାଉନ ଘୋଷଣା ହୋଇଛି। ଲକ୍‌ଡାଉନ ପାଇଁ କଡା ନିୟମ କରାଯାଇଛି। ଜରୁରୀ କାମ ନ ଥିଲେ ଘରୁ ନ ବାହରିବାକୁ ପରାମର୍ଶ ଦିଆଯାଇଛି। ଏପରିକି ଜିଲାରେ ଆଂଶିକ ଶଟଡାଉନ୍‌ ନିର୍ଦ୍ଦେଶ ମଧ୍ୟ ରହିଛି। ସେହିପରି ବାଇକ୍‌ ଚଳାଇବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ପୋଲିସ ଗତ ୪ ରୁ ୮ ତାରିଖ ମଧ୍ୟରେ ବ୍ରହ୍ମପୁର ପୋଲିସ ଜିଲାରେ ମୋଟ ୧୭୫୭ ବାଇକ୍‌ ଚାଳକଙ୍କୁ ଧରାଯାଇଛି ବୋଲି ଡ଼ିଏସ୍‌ପି ଡିଆଇବି ଦାୟିତ୍ୱରେ ଥିବା ଜେ. କେ. ପଟ୍ଟନାୟକ ସୂଚନା ଦେଇଛନ୍ତି। ସେମାନଙ୍କର ବାଇକ ଜବତ କରିବା ସହିତ ଜରିମାନା ଧାର୍ଯ୍ୟ କରାଯାଇଛି ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି।

Share