NEW DELHI, INDIA - MARCH 27: Delhi Police personnel offers hand sanitizer to a homeless man on the third day of the national lockdown imposed by Prime Minister Narendra Modi to curb the spread of Coronavirus COVID-19 near Akshardham temple foot over Bridge, on March 27, 2020 in New Delhi, India. They also distributed food to the workers and the homeless on the road. (Photo by Raj K Raj/Hindustan Times/Sipa USA) (Newscom TagID: sipaphotosten686356.jpg) [Photo via Newscom]
ବଜାରରୁ ଲକ୍ଡାଉନ ଉଠାଇ ଦେବାକୁ ଏଭଳି ସ୍ଥିତିରେ କେତେଜଣ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି। ବିଭିନ୍ନ ଆର୍ଥତ୍କ ସ୍ଥିତିକୁ ବିଚାର କରି ଲକ୍ଡାଉନ ଉଠାଇବା ନେଇ ସରକାର ବିଚାର କରିବାର ଆବଶ୍ୟକତା ରହିଛି ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି। ଦେଶର ଦିନ ମଜୁରିଆ ଲୋକ ଅନେକ ଦିନ ଧରି ଜୀବିକା ହରାଇ ବସିଲେ ସେମାନେ ଭୋକରେ ମରିଯିବେ ବୋଲି ବିଶେଷଜ୍ଞ ଯୁକ୍ତି ବାଢିଛନ୍ତି। ସମସ୍ତଙ୍କୁ ଦୈନିକ ଖାଦ୍ୟ ଯୋଗାଇବା ସରକାରଙ୍କ ଲାଗି ସମ୍ଭବ ନୁହେଁ। ମନରେଗା ଭଳି ସ୍କିମ ଠାରୁ ଏବେ ମଧ୍ୟ ବହୁତ ଲୋକ ଦୁରରେ ରହିଥିବା ସେମାନେ କହିଛନ୍ତି। ଆମେରିକା ଓ ୟୁରୋପରେ ଲକ୍ଡାଉନ ହେଲେ ଏହାକୁ ଭାରତ ସହ ତୁଳନା କରିବା ଠିକ୍ ହେବ ନାହିଁ ବୋଲି ଏକ ରିପୋର୍ଟରେ କୁହାଯାଇଛି। ସେଠାରେ ଭାରତ ଭଳି ବହୁତ ସଂଖ୍ୟାରେ ଶ୍ରମିକ ନାହାନ୍ତି। ଲୋକମାନେ ସଚେତନ ଥିବାରୁ ଲକ୍ଡାଉନକୁ ମାନିଥାନ୍ତି। ମାତ୍ର ଭାରତରେ ଲକଡାଉନ ଘୋଷଣା ପରେ ଲୋକ ଏହାକୁ ମାନିବା ପରିବର୍ତ୍ତେ ଲକ୍ଷ ଲକ୍ଷ ସଂଖ୍ୟାରେ ରାସ୍ତାକୁ ଓହ୍ଲାଇଛନ୍ତି। ଆମେରିକା ଏବଂ ୟୁରୋପରେ ଶ୍ରମିକଙ୍କ ସଂଖ୍ୟା କମ୍ ଥିବାରୁ ଏହି ପ୍ରସଙ୍ଗକୁ ସମ୍ଭାଳିବା ସହଜ ହୋଇଥାଏ। ମାତ୍ର ଭାରତର ଚିତ୍ର ଏବେ ବାରି ହେଉଛି। କିଛି ପାଶ୍ଚାତ୍ୟ ଦେଶ କମ୍ପାନୀଗୁଡିକୁ ଫଣ୍ଡ ଯୋଗାଇ ଦେଇଛନ୍ତି।