ଲକ୍‌ଡାଉନ୍‌ର ଦ୍ୱିତୀୟ ଦିନ: ନିର୍ଦ୍ଦେଶ ଉଲ୍ଲଙ୍ଘନକାରୀଙ୍କୁ ଦାଗିଦ୍‌ କଲା ପ୍ରଶାସନ

ପୁରୁଷୋତ୍ତମପୁର,୨୩।୩: ମହାମାରୀ କରୋନା ଭାଇରସ୍‌ ଆତଙ୍କକୁ ନେଇ ସରକାର ଲକ୍‌ଡାଉନ୍‌ ଘୋଷଣା କରି ବିଭିନ୍ନ ନିୟମ ଓ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ମାତ୍ର ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ କିଛି ବ୍ୟକ୍ତି ଲକ୍‌ଡାଉନ୍‌ର ଦ୍ୱିତୀୟ ଦିନ ଅର୍ଥାତ୍‌ ସୋମବାର ଏହାକୁ ଉଲ୍ଲଙ୍ଘନ କରୁଥିବା ନେଇ ତହସିଲଦାର ଅରୁଣ କୁମାର ନାୟକ ଓ ବିଡିଓ ସୀମାଞ୍ଚଳ ମହାନ୍ତି ସୋମବାର ରାସ୍ତାରେ ଉଲ୍ଲଙ୍ଘନକାରୀଙ୍କୁ ବୁଝାଇ ସଚେତନତା କରିବା ସହ ଏହାର ପୁନରାବୃତ୍ତି ନ କରିବା ଲାଗି ତାଗିଦ୍‌ କରିଛନ୍ତି। ତହସିଲଦାର ଓ ବିଡିଓ ସମସ୍ତ ସାହି ବସ୍ତି, ବଜାର ସହ ବିଭିନ୍ନ ଗ୍ରାମକୁ ଯାଇ ଡାକବାଜି ଯନ୍ତ୍ର ଯୋଗେ ଲୋକଙ୍କୁ ପରାମର୍ଶ ଦେଇ ଲକ୍‌ଡାଉନ୍‌ ପାଳନ କରିବାକୁ ଅନୁରୋଧ କରିଛନ୍ତି।