ଲକ୍‌ଡାଉନ୍‌ରେ ଅମିତାଭ ବଚ୍ଚନଙ୍କ ଲ୍ୟାପ୍‌ଟପ୍‌

ବଲିଉଡ୍‌ ମେଗାଷ୍ଟାର ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ଇନଷ୍ଟାଗ୍ରାମ, ଟୁଇଟର୍‌ ବ୍ୟତୀତ ନିଜ ବ୍ଲଗରେ ପୋଷ୍ଟ କରୁଛନ୍ତି। ନିକଟରେ ସେ ବ୍ଲଗ ପୋଷ୍ଟ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କାରଣ ତାଙ୍କ ଲ୍ୟାପ୍‌ଟପ୍‌ ଖରାପ ହୋଇଯାଇଛି। ସେ ନିଜ ବ୍ଲଗରେ ଲେଖିଛନ୍ତି, କ୍ଷମା ଚାହୁଁଛି। ଗତ କିଛିଦିନ ହେବ ମୁଁ କିଛି କାମ ନ କରି ମଧ୍ୟ ବ୍ୟସ୍ତତା ଭିତରେ ଥିଲି। ମୋ ଲ୍ୟାପଟପ୍‌ ଲକ୍‌ଡାଉନ୍‌ ହୋଇ ଯାଇଥିଲା। ଏହାକୁ ସଜାଡିବା ପାଇଁ କମ୍ପ୍ୟୁଟର୍‌ ସ୍ପେଶାଲିଷ୍ଟ ପାଖକୁ ନେଇଯାଇଥିଲି। ଏବେ ବି ଲ୍ୟାପ୍‌ଟପ୍‌ ଚଲାଇବାରେ ଅସୁବିଧାର ସାମ୍ନା କରିବାକୁ ପଡୁଛି। ଆଶା କରୁଛି ଖୁବ୍‌ଶୀଘ୍ର ଏହାର ସମାଧାନ ହେବ ବୋଲି ସେ ଲେଖିଛନ୍ତି। କୋଭିଡ୍‌-୧୯ ବିଷୟରେ ସଚେତନତା ସୃଷ୍ଟି ପାଇଁ କିଛି ସରକାରୀ ପ୍ରୋଜେକ୍ଟରେ କାମ କରୁଛନ୍ତି ଏହି ମେଗାଷ୍ଟାର। ସୋସିଆଲ ମିଡିଆରେ ଲଗାତର ମାସ୍କ ଏବଂ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଅମିତାଭ ଲୋକଙ୍କୁ ଅପିଲ କରୁଛନ୍ତି।