Jammu: Paramedical staff of Akhnoor Hospital wearing protective suits stands outside an isolation ward as they wait for their turn to conduct COVID-19 test on themselves at Government Medical College during a nationwide lockdown in the wake of coronavirus pandemic, in Jammu, Wednesday, April 15, 2020. (PTI Photo)(PTI15-04-2020_000130B)
ନୂଆଦିଲ୍ଲୀ,୩।୫: ବିଗତ ପ୍ରାୟ ୫ ମାସ ହେବ ଚାଇନାରେ ଆରମ୍ଭ ହୋଇଥିବା କରୋନା ମହାମାରୀ ଏବେ ସାରା ବିଶ୍ୱରେ ତାଣ୍ଡବ ରଚିଛି। ଭାରତ ମଧ୍ୟ ଏଥିରୁ ବାଦ୍ ଯାଇନାହିଁ। ଦେଶରେ ମାର୍ଚ୍ଚ ମାସରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଦେଖି ସରକାର ଲକ୍ଡାଉନ ଘୋଷଣା କଲେ। ଏବେ ଏହି ଲକ୍ଡାଉନକୁ ୪୦ ଦିନ ପୂରଣ ହୋଇଛି। ଏହାରି ଭିତରେ ଆମେ କିଛି ଶବ୍ଦ ଓ ଏହାର ଅର୍ଥକୁ ବୁଝିଛେ ଯାହା ମଧ୍ୟରୁ ଅନେକ ଶବ୍ଦକୁ ନା ଆମେ କେବେ ଶୁଣିଥିଲେ ନା ଏହାର ଅର୍ଥ ଜାଣିଥିଲେ। ଏହି ଶବ୍ଦ ମଧ୍ୟରେ ରହିଛି ହଟ୍ସ୍ପଟ୍, କଣ୍ଟେନମେଣ୍ଟ ଜୋନ୍, ବଫର ଜୋନ୍, ର଼୍ୟାପିଡ ଆଣ୍ଟି ବଡିଜ କିଟ୍ସ, ପ୍ଲାଜମା ଥେରାପି, ରେଡ, ଅରେଞ୍ଜ, ଗ୍ରୀନ୍ ଜୋନ୍ ଇତ୍ୟାଦି। କେବଳ ସେତିକି ନୁହେଁ କରୋନା ମହାମାରୀ ପାଇଁ ଯାହା ପୂର୍ବରୁ କରାଯାଇ ନ ଥିଲା ତାହା ମଧ୍ୟ କରାଯାଇଛି। ଯେମିତିକି ମେଡିକାଲମାନଙ୍କରେ ବହୁ ସମୟ ଧରି ପ୍ରାୟ ଅପ୍ସିଜେନ ସିଲିଣ୍ଡର କ୍ରୟ କରାଯାଉ ନ ଥିବା ବେଳେ ଏବେ ପ୍ରଥମ କରି ପ୍ରାୟ ୧.୦୨ଲକ୍ଷ ନୂଆ ସିଲିଣ୍ଡର କ୍ରୟ କରାଯାଇଛି। ପ୍ରତିବର୍ଷ ପ୍ରାୟ ୫୦-୭୦ ହଜାରର ପିପିଇ ତିଆରି ହେଉଥିବା ବେଳେ ଏବେ ପ୍ରତିଦିନ ପାଖାପାଖି ଦେଢ ଲକ୍ଷ ପିପିଇ ଓ ୨.୩୦ ଲକ୍ଷ ମାସ୍କ ତିଆରି କରାଯାଉଛି। କରୋନା ପୂର୍ବରୁ ଦେଶରେ ପ୍ରତିମାସରେ ପ୍ରାୟ ୫ ହଜାର ଭେଣ୍ଟିଲେଟର ତିଆରି କରାଯାଉଥିବା ବେଳେ ଏବେ ଏହା ୯ ହଜାରକୁ ବୃଦ୍ଧି ପାଇଛି। ସେହପିରି ମାର୍ଚ୍ଚ ଶେଷ ବେଳକୁ ଆଇସିୟୁ ବେଡ୍ ସଂଖ୍ୟା ୪୧,୯୭୪ରୁ ବୃଦ୍ଧି ଘଟି ପାଖାପାଖି ୧,୯୪,୦୨୬ରେ ପହଞ୍ଚିଛି। ୪୦ ଦିନରେ ୧,୭୪୧ କେୟାର ସେଣ୍ଟର, ୧,୨୯୭ କୋଭିଡ ସ୍ବାସ୍ଥ୍ୟକେନ୍ଦ୍ର ଓ ୭୩୮ ହସ୍ପିଟାଲ ତିଆରି ହୋଇଯାଇଛି ବୋଲି ତଥ୍ୟ କହୁଛି।