India's Rohit Sharma celebrates after scoring a century (100 runs) during the 2019 Cricket World Cup group stage match between Bangladesh and India at Edgbaston in Birmingham, central England, on July 2, 2019. (Photo by Dibyangshu Sarkar / AFP) / RESTRICTED TO EDITORIAL USE (Photo credit should read DIBYANGSHU SARKAR/AFP/Getty Images)
ବର୍ମିଂହାମ, ୩।୭ (ପି.ଟି.)-ଭାରତୀୟ ତାରକା ଓପନର ରୋହିତ ଶର୍ମା ମଙ୍ଗଳବାର ବାଂଲାଦେଶ ବିପକ୍ଷ ବିଶ୍ୱକପ ମ୍ୟାଚ୍ ଖେଳିବା ଅବସରରେ ଏକାଧିକ କୀର୍ତ୍ତିମାନ ହାସଲ କରିଛନ୍ତି। ୯୨ ବଲରୁ ୭ ଚୌକା ଓ ୫ ଛକା ସହାୟତାରେ ୧୦୪ ରନର ଶତକୀୟ ଇନିଂସ ଖେଳିଥିଲେ ରୋହିତ। ଚଳିତ ବିଶ୍ୱକପ୍ରେ ଏହାଥିଲା ତାଙ୍କର ଚତୁର୍ଥ ଶତକ। ଏଥିସହିତ ସେ ଶ୍ରୀଲଙ୍କାର ପୂର୍ବତନ ବ୍ୟାଟ୍ସମ୍ୟାନ କୁମାର ସାଙ୍ଗକାରଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ସେ ଗୋଟିଏ ବିଶ୍ୱକପ୍ରେ ସର୍ବାଧିକ ୪ଟି ଶତକ ଅର୍ଜନ କରିଛନ୍ତି। ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ୨୦୦୩ ବିଶ୍ୱକପ୍ରେ ୩ଟି ଶତକ ହାସଲ କରିଥିଲେ। ସେ କ୍ୟାରିୟରରେ ୨୬ତମ ଦିନିକିଆ ଶତକ ଅର୍ଜନ କରିବା ସହିତ ମୋଟ ଉପରେ ୫୪୪ ରନ ସଂଗହ କରି ଚଳିତ ବିଶ୍ୱକପ୍ରେ ସର୍ବାଧିକ ରନ୍ ସ୍କୋରର ହୋଇଛନ୍ତି। ସେ ଏହି କ୍ରମରେ ଅଷ୍ଟ୍ରେଲିଆ ତାରକା ଓପନର ଡେଭିଡ ଓ୍ବାର୍ନରଙ୍କୁ (୫୧୬)ଙ୍କୁ ପଛରେ ପକାଇଛନ୍ତି। ସୌଭାଗ୍ୟବଶତଃ ୯ ରନ କରିଥିବାବେଳେ ଜୀବନଦାନ ପାଇଥିବା ରୋହିତ ଏହାର ପୂରାପୁରି ଫାଇଦା ଉଠାଇଥିଲେ। ଶତକ ହାସଲ କରିବାପରେ ସେ ସୌମ୍ୟ ସରକାରଙ୍କ ବଲ୍କୁ ଏକ୍ସଟ୍ରା କଭର ଉପରେ ମାରବାକୁ ଯାଇ ଲିଟନ ଦାସଙ୍କ ହାତରେ ଧରା ପଡି ପ୍ୟାଭିଲିୟନ ଫେରିଥିଲେ। ବିଶ୍ୱକପ୍ ଇତିହାସରେ ରୋହିତ ଓ ଲୋକେଶ ରାହୁଲ ଓପନିଂ ଯୋଡିରେ ୧୮୦ ରନ କରି ଭାରତୀୟ ଦୃଷ୍ଟିକୋଣରୁ ସର୍ବାଧିକ ପାର୍ଟନଶିପ୍ କରି ରେକର୍ଡ କରିଛନ୍ତି।
କ୍ରମାଗତ ଶତକ ହାସଲ କରି ୩୨ ବର୍ଷୀୟ ରୋହିତ ଶର୍ମା ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପରେ ବିଶ୍ୱକପ୍ରେ ୫୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଛନ୍ତି। ପୂର୍ବରୁ ସଚିନ ୧୯୯୬ ଓ ୨୦୦୩ ବଶ୍ୱକପ୍ରେ ୫୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଥିଲେ। ମୋଟ ଉପରେ ରୋହିତ ପଞ୍ଚମ ବିଶ୍ୱକପ୍ ଶତକ ଅର୍ଜନ କରିଛନ୍ତି। ପୂର୍ବରୁ ୨୦୧୫ରେ ସେ ଗୋଟିଏ ଶତକ ହାସଲ କରିଥିଲେ। ଗତ ୭ଟି ମ୍ୟାଚ୍ରେ ୪ଟି ଶତକ ହାସଲ କରି ରୋହିତ ଜବରଦସ୍ତ ଫର୍ମରେ ଥିବା ସୂଚନା ଦେଇଛନ୍ତି। ପ୍ରଥମ ମ୍ୟାଚ୍ ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୨୨ ରନର ଶତକୀୟ ଇନିଂସ ଖେଳିଥିଲେ। ଏହାପରେ ପାକିସ୍ତାନ ବିପକ୍ଷରେ ୧୪୦, ଗତ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ରେ ୧୦୨ ରନ କରିଥିଲେ। ରୋହିତ ଓ ସାଙ୍ଗକାରା ଗୋଟିଏ ବିଶ୍ୱକପ୍ରେ ୪ଟି ଲେଖାଏ ଶତକ ହାସଲକରି ଥିବାବେଳେ ଅଷ୍ଟ୍ରେଲିଆର ମାର୍କ ଓ୍ବ (୧୯୯୬), ଭାରତ ସୌରଭ ଗାଙ୍ଗୁଲି (୨୦୦୩) ଓ ଅଷ୍ଟ୍ରେଲିଆର ମାଥ୍ୟୁ ହେଡେନ (୨୦୦୭) ଗୋଟିଏ ବିଶ୍ୱକପ୍ରେ ୩ଟି ଲେଖାଏ ଶତକ ହାସଲ କରିଥିଲେ। ଚଳିତ ବିଶ୍ୱକପ୍ରେ ରୋହିତ ଓ ଓ୍ବାର୍ନରଙ୍କୁ ବାଦ୍ ଦେଲେ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ୍ ମଧ୍ୟ ୫୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଛନ୍ତି। ସେ ୫୦୪ ରନ କରି ସର୍ବାଧିକ ରନ ସ୍କୋରର ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି।
ଭାରତୀୟ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ରୋହିତଙ୍କୁ ବାଦ୍ ଦେଲେ ସଚିନ ୩ଥର ବିଶ୍ୱକପ୍ରେ ସର୍ବାଧିକ ରନ୍ ସଂଗ୍ରହ କରିଛନ୍ତି। ସଚିନ ପୂର୍ବରୁ ୨୦୦୩ ବିଶ୍ୱକପ୍ରେ ୬୭୩, ୧୯୯୬ ବିଶ୍ୱକପ୍ରେ ୫୨୩ ଓ ୨୦୧୧ ବିଶ୍ୱକପ୍ରେ ସର୍ବାଧିକ ୪୮୨ ରନ ସଂଗ୍ରହ କରିଛନ୍ତି। ଚଳିତ ବିଶ୍ୱକପ୍ରେ ରୋହିତ ୭ ଇନିଂସରୁ ୯୦.୬୭ ହାରରେ, ୯୬.୯୭ ଷ୍ଟ୍ରାଇକରେଟରେ ରନ ସଂଗ୍ରହ କରିଛନ୍ତି।