Categories: Home Leftଖେଳ

ରୋମାଣ୍ଟିକ ଷ୍ଟାଇଲରେ ବିବାହ ବାର୍ଷିକ ଶୁଭେଚ୍ଛା ଜଣାଇଲେ ଯୁବି

ଚଣ୍ଡିଗଡ଼,୦୧।୧୨- ପୂର୍ବତନ କ୍ରିକେଟର ଯୁବରାଜ ସିଂ ଓ ହେଜଲ କିଚ ଶନିବାର ତୃତୀୟ ବିବାହ ବାର୍ଷିକ ପାଳନ କରିଛନ୍ତି। ଉଭୟ ରୋମାଣ୍ଟିକ ଷ୍ଟାଇଲରେ ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି। ଦୁହେଁ ଇନ୍‌ଷ୍ଟାଗ୍ରାମରେ ନିଜର ଫଟୋ ଶେୟାର କରିଛନ୍ତି। ଯୁବି ଫଟୋର କ୍ୟାପଶନରେ ଲେଖିଛନ୍ତି, ପତ୍ନୀଙ୍କୁ ଅନେକ ଅନେକ ଶୁଭେଚ୍ଛା। ଆମେ ଏକାଠି ହେବା ୩ ବର୍ଷ ହେଲାଣି। କିନ୍ତୁ ୩୦ ବର୍ଷ ଭଳି ଅନୁଭବ ହେଉଛି। ସେହିଭଳି ହେଜଲ ଲେଖିଛନ୍ତି, ବିବାହ ପରଠାରୁ ଏପର୍ଯ୍ୟନ୍ତ ଉଭୟ ବହୁତ ବଦଳି ଯାଇଛୁ। ହେଲେ ପରସ୍ପର ପ୍ରତି ଥିବା ଆମ ପ୍ରେମ ବଦଳି ନାହିଁ। ଉଲ୍ଲେକଥାଉ କି, ୨୦୧୧ରେ ଏକ ବନ୍ଧୁର ପାର୍ଟିରେ ଯୁବି ହେଜଲଙ୍କୁ ଭେଟିଥିଲେ। ମାତ୍ର ବଲିଉଡ ଅଭିନେତ୍ରୀ ଯୁବଙ୍କ ପ୍ରତି ଇଣ୍ଟରେଷ୍ଟ ଦେଖାଇ ନ ଥିଲା। କିଛି ସମୟ ପରେ ବାମହାତୀ ଷ୍ଟାଇଲିସ ବ୍ୟାଟ୍ସମ୍ୟାନଙ୍କ ଫେସବୁକରେ ଫ୍ରେଣ୍ଡ ରିକୁଏଷ୍ଟକୁ ଆକ୍ସେପ୍ଟ କରିଥିଲେ ହେଜଲ। ଏହାପରେ ଦୁହେଁ ଡେଟ୍‌ କରିବା ପରେ ୨୦୧୬ ନଭେମ୍ବର ୩୦ ତାରିଖରେ ବିବାହ କରିଥିଲେ।

Share