Categories: Home Leftଖେଳ

ରୋନାଲ୍ଡୋଙ୍କ ହ୍ୟାଟ୍ରିକ ରେକର୍ଡକୁ ଟପିଲେ ମେସି

ବାର୍ସିଲୋନା,୮।୧୨- ଲା ଲିଗା ଲିଗ୍‌ ଇତିହାସରେ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ହ୍ୟାଟ୍ରିକ ରେକର୍ଡକୁ ପଛରେ ପକାଇ ଦେଇଛନ୍ତି ଲିଓନେଲ ମେସି। ଏଠାରେ ଆରସିଡି ମାଲୋର୍ସା ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ମେସି ହ୍ୟାଟ୍ରିକ ଗୋଲ ସ୍କୋର କରିଛନ୍ତି। ଲା ଲିଗା ଲିଗ୍‌ରେ ଏହା ମେସିଙ୍କ ୩୫ତମ ହ୍ୟାଟ୍ରିକ। ତାଙ୍କ ପଛକୁ ୩୪ ହ୍ୟାଟ୍ରିକ ସହ ରୋନାଲ୍ଡୋ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ମ୍ୟାଚ୍‌ର ୧୭ତମ, ୪୧ତମ ଓ ୮୩ତମ ମିନିଟ୍‌ରେ ମେସିଙ୍କ ଗୋଲ ଯୋଗୁ ବାର୍ସିଲୋନା ମ୍ୟାଚ୍‌କୁ ୫-୨ ଗୋଲର ବ୍ୟବଧାନରେ ଜିତି ନେଇଥିଲା। ବିଶ୍ୱର ଏକମାତ୍ର ଖେଳାଳି ଭାବେ ଆର୍ଜେଣ୍ଟିନା ଷ୍ଟାର ଗତ ୧୪ଟି ସିଜନ ହେଲା ପ୍ରତ୍ୟେକ ଥର ୧୦ରୁ ଅଧିକ ଗୋଲ କରିଛନ୍ତି। ଉଲ୍ଲେଖଥାଉ କି, ଗତ ସପ୍ତାହରେ ୩୨ ବର୍ଷୀୟ ମେସି କ୍ୟାରିୟରର ୬ଷ୍ଠ ବାଲୋନ ଡି’ଅର ସମ୍ମାନ ପାଇଛନ୍ତି।