Juventus' Portuguese forward Cristiano Ronaldo celebrates after scoring his second penalty, and his 50th goal with Juventus, during the Italian Serie A football match Juventus vs Fiorentina on February 2, 2020 at the Juventus Allianz stadium in Turin. (Photo by Marco Bertorello / AFP)
ଲିସବନ,୨୫।୩(ଏଏଫ୍ପି)- ଫୁଟବଲ ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ଓ ତାଙ୍କ ଏଜେଣ୍ଟ ଜର୍ଜ ମେଣ୍ଡେସ ପର୍ତ୍ତୁଗୀଜ ମେଡିକାଲକୁ ୩ ଇନ୍ଟେନସିଭ କେୟାର ୟୁନିଟ୍ ପ୍ରଦାନ କରିବେ। ଏହା ଦେଶରେ କରୋନା ପୀଡ଼ିତଙ୍କୁ ସାହାଯ୍ୟ କରିପାରିବ। ଏ ନେଇ ସ୍ଥାନୀୟ ସ୍ବାସ୍ଥ୍ୟ ବିଭାଗ କର୍ମକର୍ତ୍ତା ପ୍ରକାଶ କରିଛନ୍ତି। ଦୁହେଁ ଅତିକମ୍ରେ ଦୁଇଟି ଇନଟେନି୍ସଭ କେୟାର ୟୁନିଟ୍ ନର୍ଦର୍ନ ଲିସବନସ୍ଥିତ ୟୁନିଭର୍ସିଟି ହସ୍ପିଟାଲ ସେଣ୍ଟରକୁ ପ୍ରଦାନ କରିବେ, ଯେଉଁଥିରେ ୧୦ଟି ବେଡ୍ ରହିବ। ପୂର୍ବରୁ ମେଡିକାଲରେ ୭୭ ବେଡ୍ ଥିଲା। ମେଣ୍ଡେସ ଓ ରୋନାଲ୍ଡୋ ସାଣ୍ଟୋ ଆଣ୍ଟୋନିଓ ମେଡିକାଲକୁ ମଧ୍ୟ ଗୋଟିଏ ୟୁନିଟ୍ ପ୍ରଦାନ କରିବେ। ଉକ୍ତ ୟୁନିଟ୍ରେ ସେମାନଙ୍କ ନାମ ରହିବ। ଯଦି ଆବଶ୍ୟକ ପଡ଼େ ରୋନାଲ୍ଡୋ ମାଡେରା ମେଡିକାଲ ଲାଗି ମଧ୍ୟ ସମାନ ବ୍ୟବସ୍ଥା କରିବେ ବୋଲି ମେଡିକାଲ ଅସ୍ତ୍ରୋପଚାର ବିଭାଗର ଡିରେକ୍ଟର ଇରୁକୋ କାଷ୍ଟ୍ରୋ ଆଲଭେସ କହିଛନ୍ତି। ଜୁଭେଣ୍ଟସ ଫରଓ୍ବାର୍ଡଙ୍କ ସହରରେ ୧୧ ଜଣ କୋଭିଡ୍-୧୯ରେ ପୀଡ଼ିତ ଅଛନ୍ତି। ପର୍ତ୍ତୁଗାଲରେ ଏପର୍ଯ୍ୟନ୍ତ ୩୦ ଜଣଙ୍କ ମୃତ୍ୟୁ ହୋଇସାରିଛି। ରୋନାଲ୍ଡୋଙ୍କ ଦଳୀୟ ଖେଳାଳି ଡାନିଏଲ ରୁଗାନି କରୋନାରେ ପୀଡ଼ିତ ଥିବା ଜାଣିବା ପରେ ସେ ସେଲ୍ଫ ଆଇସୋଲେଶନରେ ରହିଛନ୍ତି।