Categories: Home Leftଖେଳ

ରୋନାଲ୍ଡୋଙ୍କ ଦରମା ଅନ୍ୟ ଖେଳାଳିଙ୍କ ୩ ଗୁଣା

ରୋମ,୧୧।୯: ପର୍ତ୍ତୁଗାଲ ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ସିରି ଏ’ ଲିଗ୍‌ରେ ସର୍ବାଧିକ ଦରମା ପାଉଥିବା ଖେଳାଳି। ତାଙ୍କ ବାର୍ଷିକ ଦରମା ଅନ୍ୟ ଖେଳାଳିଙ୍କ ଆୟଠାରୁ ପ୍ରାୟ ୩ ଗୁଣା ଅଧିକ। ଗତବର୍ଷ ଜୁଭେଣ୍ଟସ କ୍ଲବରେ ସାମିଲ ହୋଇଥିବା ଫରଓ୍ବାର୍ଡ ରୋନାଲ୍ଡୋ ବର୍ଷକୁ ୩୧ ନିୟୁତ ୟୁରୋ ଦରମା ପାଉଛନ୍ତି। ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ୨୪୫ କୋଟି ଟଙ୍କା। ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଜୁଭେଣ୍ଟସ ଖେଳାଳି ମାଥିସ ଡି ଲାଇଟ (୨୫ ନିୟୁତ)। ଗାଜେଟା ଡେଲୋ ସ୍ପୋର୍ଟ ଦ୍ୱାରା ପ୍ରକାଶ ପାଇଥିବା ରିପୋର୍ଟରେ ଇଟାଲିଆନ କର୍ମକର୍ତ୍ତା ଟ୍ୟାକ୍ସ କାଟିବା ପରେ ପ୍ରଦାନ କରାଯାଉଥିବା ଦରମାକୁ ହିସାବକୁ ନିଆଯାଇଛି। ରୋନାଲ୍ଡୋ ଆସିବା ପରେ ଇଟାଲିଆନ ଲିଗ୍‌ର ଲୋକପ୍ରିୟତା ବୃଦ୍ଧି ପାଇଛି। ପୂର୍ବରୁ ଖେଳାଳିଙ୍କ ଦରମା ବାବଦକୁ ଇଟାଲିଆନ ଫୁଟ୍‌ବଲ ବୋର୍ଡ ୧.୪ ବିଲିୟନ ୟୁରୋ ଖର୍ଚ୍ଚ କରୁଥିଲା। ଏବେ ରୋନାଲ୍ଡୋଙ୍କ ଆସିବା ପରେ ଖେଳାଳିଙ୍କ ଦରମା ବାବଦକୁ ୧.୧୩ ବିଲିୟନକୁ ବୃଦ୍ଧି ପାଇଛି।