Categories: Home Leftଖେଳ

ରୋନାଲ୍ଡୋଙ୍କୁ ୬ଷ୍ଠ ବାଲୋନ ଡି’ଅର ପୁରସ୍କାରରୁ ବଞ୍ଚିତ କରିଥିଲା ମାଡ୍ରିଡ୍‌

ପ୍ୟାରିସ,୪ା୧୨- ଚଳିତବର୍ଷର ଶ୍ରେଷ୍ଠ ଫୁଟବଲର ବାଲୋନ ଡି’ଅର ସମ୍ମାନ ଆର୍ଜେଣ୍ଟିନାର ଲିଓନେଲ ମେସି ହାତେଇବା ପରେ ଜୁଭେଣ୍ଟସର ଅଭିଜ୍ଞ ଡିଫେଣ୍ଡର ଗିର୍ଗିଓ ଚିଲିନି ଏକ ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି। ଗତବର୍ଷ ୨୦୧୮ର ବାଲୋନ ଡି’ଅର ପୁରସ୍କାର ପତ୍ତୁର୍ଗାଲର ରୋନାଲ୍ଡୋଙ୍କୁ ମିଳିବାର ଥିଲା। ଏହା ହୋଇଥିଲେ ରୋନାଲ୍ଡୋ ସର୍ବାଧିକ ୬ଷ୍ଠ ଥରପାଇଁ ବାଲୋନ ଡି’ଅର ସମ୍ମାନ ହାସଲ କରିଥାନ୍ତା। ମାତ୍ର ସେ ରିଅଲ ମାଡ୍ରିଡ୍‌ ଛାଡ଼ି ସିରି ଏ କ୍ଲବ ଜୁଭେଣ୍ଟସରେ ଯୋଗ ଦେବାରୁ ତାଙ୍କ ବଦଳରେ ମାଡ୍ରିଡ୍‌ ଲୁକା ମୋଡ୍ରିଚଙ୍କୁ ଭୋଟ ଦେଇଥିଲା। କାରଣ ମାଡ୍ରିଡ୍‌ ଚାହୁଁଥିଲା ନିଜ ଖେଳାଳି ହିଁ ଏହି ପୁରସ୍କାର ହାସଲ କରନ୍ତୁ। ରୋନାଲ୍ଡୋ ପ୍ୟାରିସରେ ଅନୁଷ୍ଠିତ ବାଲୋନ ଡି’ଅର ପୁରସ୍କାର ବିତରଣୀ ଉତ୍ସବରେ ଯୋଗଦେଇ ନ ଥିଲେ। ତାଙ୍କୁ ସେହି ଦିନ ମିଲନଠାରେ ସିରି ଏ’ ଟୁର୍ନାମେଣ୍ଟର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି। ଏହି ପୁରସ୍କାର ବିତରଣୀ ଉତ୍ସବରେ ଗିର୍ଗିଓ ଏଭଳି ଚାଞ୍ଚଲ୍ୟକର ଟିପଣି ଦେଇଛନ୍ତି। ଉଲ୍ଲେଖଥାଉ କି, ମୋଡ୍ରିଚଙ୍କ ପ୍ରତିନିଧିତ୍ୱରେ ରିଅଲ ମାଡ୍ରିଡ୍‌ ଚାମ୍ପିୟନ୍ସ ଲିଗ୍‌ ଜିତିଥିଲା ଓ ୨୦୧୮ ବିଶ୍ୱକପ୍‌ରେ କ୍ରୋଏସିଆ ଦଳ ଉପ ବିଜେତା ହୋଇ ରହିଥିଲା।