ରୋଗ ଚିହ୍ନଟର ନୂଆ ଉପାୟ

କେତେକ ରୋଗକୁ ଚିହ୍ନଟ କରିବା ପାଇଁ ପ୍ରକାଶିତ ଲକ୍ଷଣକୁ ବିଶ୍ଳେଷଣ କରାଯାଇଥାଏ। ହେଲେ ଏହି ତାଲିକାରେ ବିଶେଷଜ୍ଞମାନେ ଆଉ ଏକ କଥା ସାମିଲ କରିଛନ୍ତି। ଭାଇରସକୁ ତର୍ଜମା କରି ଜଣେ ବ୍ୟକ୍ତି କେଉଁ ରୋଗରେ ଆକ୍ରାନ୍ତ ତାହା ଜାଣିହେବ। ଏପରି ତଥ୍ୟ ସମ୍ପର୍କରେ ଆମେରିକାସ୍ଥିତ ହାଓ୍ବାର୍ଡ ମେଡିକାଲ ଇନ୍‌ଷ୍ଟିଚ୍ୟୁଟ୍‌ ପକ୍ଷରୁ ସୂଚନା ଦିଆଯାଇଛି। ରକ୍ତରେ ଦେଖାଯାଉଥିବା ଭାଇରସକୁ ସେମାନେ ଉକ୍ତ ଇନଷ୍ଟିଚ୍ୟୁଟ୍‌ର ବିଶେଷଜ୍ଞମାନେ ତନ୍ନତନ୍ନ କରି ପରୀକ୍ଷା କରି ଏପରି ସିଦ୍ଧାନ୍ତରେ ପହଞ୍ଚତ୍ଥିଲେ। ଉକ୍ତ ପଦ୍ଧତିକୁ ‘ଭାୟରସ୍କାନ’ ନାମରେ ନାମିତ କରାଯାଇଛି। ଏହାଦ୍ୱାରା ବିଶେଷଭାବରେ ଏଚଆଇଭି ଏବଂ ହେପାଟାଇଟିସ୍‌-ସି’ ରୋଗ ବିଷୟରେ କେତେକାଂଶରେ ଜାଣିବେ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହି ଗବେଷଣାରେ ପ୍ରାୟ ୯୩,୦୦୦ ଡିଏନ୍‌ଏକୁ ସାମିଲ କରାଯାଇଥିଲା।