ରେଞ୍ଜ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ

କେସିଙ୍ଗା,୧୦।୧୨(ଡି.ଏନ.ଏ): ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ କଳାହାଣ୍ଡି ଜିଲା କେସିଙ୍ଗା ରେଞ୍ଜ ରେଞ୍ଜ ଅଫିସର ଦୀନବନ୍ଧୁ ମେହେରଙ୍କ ବଲାଙ୍ଗୀର ସହର ତୁଳସୀନଗରସ୍ଥିତ ବାସଭବନରେ ମଙ୍ଗଳବାର ଭୋର ସକାଳୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଏହା ସହିତ ଭିଜିଲାନ୍ସ ଟିମ୍‌ କେସିଙ୍ଗା ରେଞ୍ଜ ଅଫିସ ଓ ସେଠାରେ ଥିବା ରେଞ୍ଜରଙ୍କ ସରକାରୀ ବାସଭବନରେ ମଧ୍ୟ ଏକକାଳୀନ ଚଢ଼ାଉ କରିଥିବା ଜଣାପଡିଛି। ରେଞ୍ଜ ଅଫିସର ମେହେରଙ୍କୁ ଭିଜିଲାନ୍ସ ଟିମ୍‌ ବଲାଙ୍ଗୀରରୁ କେସିଙ୍ଗା ନେଇ ଯାଇଥିତ୍ବା ଜଣାପଡିଛି। ଏହି ଚଢ଼ାଉରେ ବରଗଡର ଡିଏସପି ବିରେନ୍ଦ୍ର କୁମାର ନାୟକ, ଭବାନୀପାଟଣା ସୁଶାନ୍ତ କୁମାର ପଟ୍ଟନାୟକ, ପ୍ରକାଶ ବେହେରା କେସିଙ୍ଗା ରେଞ୍ଜ କାର୍ଯ୍ୟାଳୟରେ ଚଢ଼ାଉ କରିଛନ୍ତି।