LAKE SUCCESS, NY - MARCH 11: A lab technician begins semi-automated testing for COVID-19 at Northwell Health Labs on March 11, 2020 in Lake Success, New York. An emergency use authorization by the FDA allows Northwell to move from manual testing to semi-automated. (Photo by Andrew Theodorakis/Getty Images)
ନୂଆଦିଲ୍ଲୀ,୧୮।୫: ଗୋଟିଏ ଦିନରେ ଦେଶରେ ଯେଉଁ ପରିମାଣରେ କରୋନା ପଜିଟିଭ ଚିହ୍ନଟ କରାଯାଇଛି ଏହା ଏପର୍ଯ୍ୟନ୍ତ ଚିହ୍ନଟର ରେକର୍ଡକୁ ଭାଙ୍ଗି ଦେଇିଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫,୨୪୨ କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ନେଇ ସୋମବାର ସକାଳ ସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୬,୧୬୯ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୫୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଦେଶରେ ମୋଟ କରୋନା ମୃତ୍ୟୁସଂଖ୍ୟା ୩,୦୨୯ରେ ପହଞ୍ଚିଛି। ସବୁଠାରୁ ବଡ କଥା ହେଲା ଏପର୍ଯ୍ୟନ୍ତ ୩୬,୮୨୪ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇସାରିଥିବା ବେଳେ ଏହି ହାର ଧିରେ ଧିରେ ବୃଦ୍ଧି ପାଉଛି ବୋଲି କହିଛି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ। ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ସର୍ବାଧିକ ୩୩,୦୫୩ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏବେସୁଦ୍ଧା ସେଠାରେ ୧,୧୯୮ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି। ସଂକ୍ରମଣ ତାଲିକାରେ ମହାରାଷ୍ଟ୍ର ପଛକୁ ରହିଛି ଗୁଜରାଟ। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ରହିଛି ୧୧,୩୭୯। ସେହିପରି ତାମିଲନାଡୁରେ ୧୧,୨୨୪ ଓ ରାଜଧାନୀ ଦିଲ୍ଲୀରେ ଏବେ ପର୍ଯ୍ୟନ୍ତ ୧୦,୦୫୪ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସୂଚନାଯୋଗ୍ୟ, କରୋନା ମହାମାରୀର ସଂକ୍ରମଣକୁ ରୋକିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକ୍ଡାଉନ ୪.୦ ଘୋଷଣା କରାଯାଇଥିବା ବେଳେ ସୋମବାରଠାରୁ ଏହାକୁ ଲାଗୁ କରାଯାଇଛି।