In this image from video provided by the Ukrainian Presidential Press Office, Ukrainian President Volodymyr Zelenskyy speaks from Kyiv, Ukraine, early Monday, March 21, 2022. (Ukrainian Presidential Press Office via AP)
କିଭ୍, ୨୮ା୯: ରୁଷିଆ ସହ କେବେ କୌଣସି ବୁଝାମଣା ହୋଇପାରିବ ନାହିଁ ବୋଲି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି ଜାତିସଂଘ ସାଧାରଣ ସଭା (ୟୁଏନ୍ଜିଏ)ରେ କହିଛନ୍ତି। ୟୁକ୍ରେନ୍ ଅଧିକୃତ ଅଞ୍ଚଳରେ ରୁଷିଆ ପୂରା ବିଶ୍ୱ ସାମ୍ନାରେ ଗଣଭୋଟର ଡ୍ରାମା କରୁଛି। ବନ୍ଧୁକମୁନରେ ଲୋକଙ୍କୁ ଡରାଇ କେତେକ ଫର୍ମ ପୂରଣ ପାଇଁ ବାଧ୍ୟ କରାଯିବା ସହ ତାହାର ଫଟୋ ଛଡ଼ାଯାଉଛି। ଏହି ଛଦ୍ମ ମତଦାନର ଫଳାଫଳ ରୁଷିଆ କ’ଣ ଘୋଷଣା କରିବ ତାହା ସମସ୍ତଙ୍କୁ ଜଣାଥିଲା ବୋଲି ଜେଲେନ୍ସ୍କି କହିଛନ୍ତି। ଅଣୁଅସ୍ତ୍ରରେ ଆକ୍ରମଣ ଧମକ ରୁଷିଆ ପାଇଁ ଏକ ପାରମ୍ପରିକ ପ୍ରଥା ପାଲଟିଛି। ଏହି କାରଣରୁ ରୁଷିଆ ସହ କୌଣସି ବୁଝମଣା ହୋଇପାରିବ ନାହିଁ ବୋଲି ଜେଲେନ୍ସ୍କି ପ୍ରକାଶ କହିଛନ୍ତି।