A view shows the scene of the accident following a dam failure at a gold mine in Krasnoyarsk Region, Russia October 19, 2019. Russian Emergencies Ministry in Krasnoyarsk Region/Handout via REUTERS ATTENTION EDITORS - THIS IMAGE WAS PROVIDED BY A THIRD PARTY. NO RESALES. NO ARCHIVES. MANDATORY CREDIT.
ମସ୍କୋ,୨୦ା୧୦(ଏଏଫ୍ପି): ରୁଷିଆର ସାଇବେରିଆ ସୁନାଖଣି ଅଞ୍ଚଳରେ ଶନିବାର ଏକ ଡ୍ୟାମ୍ ଭୁଶୁଡ଼ି ୧୫ ଜଣଙ୍କ ମୃତ୍ୟୁ ହୋଇଥିଲାବେଳେ ଅନ୍ୟ ୧୩ ଜଣ ନିଖୋଜ ଅଛନ୍ତି। ସାଇବେରିଆର କ୍ରାସନୋୟାର୍ସ୍କଠାରେ ସେଇବା ନଦୀ ଡ୍ୟାମ୍ ଭୁଶୁଡ଼ି ଅନେକ କ୍ୟାବିନକୁ ଭସାଇନେଇଥିଲା। ଉକ୍ତ କ୍ୟାବିନଗୁଡ଼ିକରେ ଶ୍ରମିକମାନେ ରହୁଥିଲେ। ଭୋର ସମୟରେ ସେମାନେ ଶୋଇଥିଲାବେଳେ ବନ୍ୟାଜଳ ମାଡ଼ିଯାଇଥିଲା। ଉଦ୍ଧାର କାର୍ଯ୍ୟରେ ୩୦୦ କର୍ମଚାରୀ, ୬ ହେଲିକପ୍ଟର ଓ ୬ଟି ବୋଟ୍କୁ ନିୟୋଜିତ କରାଯାଇଛି। ଡ୍ୟାମ୍ ନିର୍ମାଣ ତ୍ରୁଟିପୂର୍ଣ୍ଣ ଥିବାରୁ ତାହା ଭୁଶୁଡ଼ି ପଡ଼ିଲା ବୋଲି କୁହାଯାଉଛି। କ୍ଷତିଗ୍ରସ୍ତଙ୍କୁ ସହାୟତା ଯୋଗାଇଦେବା ସହ ଡ୍ୟାମ୍ ଭୁଶୁଡିବାର କାରଣ ଅନୁଧ୍ୟାନ କରିବାକୁ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।