Real Madrid's Karim Benzema (L) and Atletico Madrid's Felipe battle for the ball during the 2019 International Champions Cup football match between Real Madrid and Atletico Madrid at the Metlife Stadium Arena in East Rutherford, New Jersey on July 26, 2019. (Photo by Johannes EISELE / AFP)
ନ୍ୟୁୟର୍କ,୨୭ା୭(ଏଏଫ୍ପି)- ସ୍ଥାନୀୟ ମେଟ୍ଲାଇଫ୍ ଷ୍ଟାଡିୟମରେ ଏକ ପ୍ରାକ୍ ସିଜନ ବନ୍ଧୁତ୍ୱପୂର୍ଣ୍ଣ ଫୁଟ୍ବଲ ମ୍ୟାଚରେ ଡିଏଗୋ କୋଷ୍ଟାଙ୍କ ୪ ଗୋଲ ସହାୟତାରେ ଆଟ୍ଲେଟିକୋ ମାଡ୍ରିଡ୍ ଏହାର ଲା ଲିଗା ପ୍ରତିଦ୍ୱନ୍ଦ୍ୱୀ ରିୟଲ ମାଡ୍ରିଡକୁ ୭-୩ ଗୋଲରେ ପରାସ୍ତ କରିଛି। ଖେଳର ୬୩ତମ ମିନିଟ୍ରେ ରେଡ୍କାର୍ଡ ପାଇ ପଡ଼ିଆ ଛାଡ଼ିଥିବା କୋଷ୍ଟା ପ୍ରଥମାର୍ଦ୍ଧ ଖେଳ ସୁଦ୍ଧା ତାଙ୍କ ହ୍ୟାଟ୍ରିକ ଗୋଲ ସ୍କୋର କରିସାରିଥିଲେ। ମ୍ୟାଚଟି ଖୁବ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା ଯେ, ଫାଉଲ ଖେଳ ପାଇଁ ଏକଦା ଦୁଇ ଦଳକୁ ୧୦ଖେଳାଳିଙ୍କୁ ନେଇ ଖେଳିିବାକୁ ହୋଇଥିଲା। ୧୯ ବର୍ଷୀୟ ପର୍ତ୍ତୁଗିଜ୍ ଖେଳାଳି ଜୋଆଓ ଫେଲିକ୍ସ ଆଟଲେଟିକୋ ତରଫରୁ ଗୋଟିଏ ଗୋଲ ଦେଇଥିବା ବେଳେ ଅନ୍ୟ ଦୁଇଟି ଗୋଲ ସ୍କୋର ବେଳେ ସହାୟକ ହୋଇଥିଲେ। ସୂଚନାଯୋଗ୍ୟ, ଫେଲିକ୍ସ ୧୨୬ ନିୟୁତ ୟୁରୋ (୧୪୨ ନିୟୁତ ଡଲାର) ବିନିମୟରେ ବେନିଫିକାରୁ ଆସି ଦଳରେ ଯୋଗ ଦେଇଛନ୍ତି। ଆଟ୍ଲେଟିକୋ ତରଫରୁ ଆଞ୍ଜେଲ କୋରିଆ ମଧ୍ୟ ଏକ ଗୋଲ ସ୍କୋର କରିଥିଲେ। ପ୍ରଥମାର୍ଦ୍ଧ ସୁଦ୍ଧା ବିଜୟୀ ଦଳ ୫-୦ରେ ଅଗ୍ରଣୀ ରହିଥିଲା। ୫୯ତମ ମିନିଟ୍ରେ ଇଡେନ ହାଜାର୍ଡ ନାଚୋଙ୍କ କ୍ରସ୍ ସହାୟତାରେ ଜରିଆରେ ରିୟଲ ମାଡ୍ରିଡ ଏହାର ପ୍ରଥମ ଗୋଲ ସ୍କୋର କରିବା ପୂର୍ବରୁ ଆଲେଟିକୋ ୬ଟି ଗୋଲ ସ୍କୋର ଦେଇ ସାରିଥିଲା। ଆଟଲେଟିକୋ ଏହାର ୭ମ ଗୋଲ ୭୦ ତମ ଦେଇଥିଲା। ଭିଟୋଲୋ ଏକାକି ଚମତ୍କାର ଭାବେ ବଲ୍କୁ କ୍ୟାରି କରି ଏହି ଗୋଲଟିକୁ ସ୍କୋର କରିଥିଲେ। ରିୟଲ ମାଡ୍ରିଡ ପକ୍ଷରୁ କରିମ ବେଞ୍ଜିମା ୮୫ତମ ମିନିଟ୍ରେ ଏକ ପେନାଲ୍ଟିକୁ ଗୋଲରେ ପରିଣତ କରିଥିଲେ। ହାଭି ହର୍ନାଣ୍ଡେଜ ୮୯ତମ ମିନିଟ୍ରେ ସ୍କୋର କରି ଗୋଲ ବ୍ୟବଧାନକୁ ହ୍ରାସ କରିଥିଲେ।