ରିସାଟ୍‌-୨ବିଆର୍‌-୧ର ସଫଳ ଉତ୍‌କ୍ଷେପଣ କଲା ଇସ୍ରୋ: ସୀମା ଉପରେ ରଖିବ କଡ଼ା ନଜର

ଶ୍ରୀହରିକୋଟା,୧୧।୧୨: ଭାରତୀୟ ମହାକାଶ କେନ୍ଦ୍ର ଇସ୍ରୋ ପକ୍ଷରୁ ସଫଳତାର ସହିତ ରିସାଟ୍‌-୨ବିଆର୍‌-୧ର ଉତ୍‌କ୍ଷେପଣ କରାଯାଇଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ମହାକାଶ କେନ୍ଦ୍ରରୁ ବୁଧବାର ଅପରାହ୍ନ ୩ଟା ୨୫ରେ ଏହାକୁ ଉତ୍‌କ୍ଷେପଣ କରାଯାଇଛି। ଏହା ସହିିତ ଇସ୍ରାଏଲ୍‌, ଇଟାଲୀ ଏବଂ ଜାପାନର ଗୋଟିଏ ଲେଖାଏଁ ଉପଗ୍ରହ ଏବଂ ଆମେରିକାର ୬ଟି ଉପଗ୍ରହ ଉତ୍‌କ୍ଷେପଣ ହୋଇଛି। ଦେଶର ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଏହା ବେଶ୍‌ ଉପଯୋଗୀ ସାବ୍ୟସ୍ତ ହେବ। ସୀମା ଉପରେ ଏହା ରାଡ଼ାର ଦ୍ୱାରା କଡ଼ା ନଜର ରଖିବାକୁ ସକ୍ଷମ ହେବ ବୋଲି କୁହାଯାଉଛି। ୬୨୮ କିଲୋଗ୍ରାମ୍‌ ବିଶିଷ୍ଟ ଏହି ଉପଗ୍ରହ ଭୂପୃଷ୍ଠଠାରୁ ୫୭୬ କିଲୋମିଟର ଦୂର ପୃଥିବୀର କକ୍ଷପଥରେ ଅବସ୍ଥାପିତ ହେବ। ଏହା ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବ।

Share