Cardiff: India's K.L. Rahul, left, and MS Dhoni cheer each other during the Cricket World Cup warm up match between Bangladesh and India at Sophia Gardens in Cardiff, England, Tuesday, May 28, 2019. AP/PTI(AP5_28_2019_000100B)
କାର୍ଡିଫ, ୨୯।୫- ଲୋକେଶ ରାହୁଲ ଓ ମହେନ୍ଦ୍ର ସିଂ ଧୋନୀଙ୍କ ଶତକ ପରେ ବୋଲରମାନଙ୍କ ଭଲ ପ୍ରଦର୍ଶନ ବଳରେ ଭାରତ ୯୫ ରନରେ ବାଂଲାଦେଶକୁ ହରାଇ ବିଶ୍ୱକପ ପାଇଁ ଓ୍ବାର୍ମଅପ୍ ହୋଇଛି। ମଙ୍ଗଳବାର ଅନୁଷ୍ଠିତ ଓ୍ବାର୍ମଅପ୍ ମ୍ୟାଚରେ ଭାରତ ପକ୍ଷରୁ ଧାର୍ଯ୍ୟ ୩୬୦ ରନ ବିଜୟ ଲକ୍ଷ୍ୟର ପିଛା କରି ବାଂଲାଦେଶ ୪୯.୩ ଓଭରରେ ୨୬୪ ରନ କରି ଅଲଆଉଟ ହୋଇ ଯାଇଥିଲା।
ଟସ୍ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତ ଶୀଘ୍ର ଦୁଇ ଓପନର ଶିଖର ଧାଓ୍ବନ(୧) ଓ ରୋହିତ ଶର୍ମା(୧୯)ଙ୍କ ଉଇକେଟ ହରାଇଥିଲେ ହେଁ ଅଧିନାୟକ ବିରାଟ କୋହଲିଙ୍କ ୪୭(୪୬ ବଲ, ୫ ଚୌକା), ଲୋକେଶ ରାହୁଲଙ୍କ ୧୦୮(୯୯ ବଲ, ୧୨ ଚୌକା, ୪ ଛକା) ଓ ମହେନ୍ଦ୍ର ସିଂ ଧୋନୀଙ୍କ ଦ୍ରୁତ ୧୧୩(୭୮ ବଲ, ୮ ଚୌକା, ୭ ଛକା) ରନ ବଳରେ ୭ ଉଇକେଟ ହରାଇ ୩୫୯ ରନର ବିଶାଳ ସ୍କୋର କରିଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ୧୧ ବଲ୍ରୁ ୨୧(୨ ଚୌକା, ୧ ଛକା) ଓ ରବୀନ୍ଦ୍ର ଜାଡେଜା ୪ ବଲ୍ରୁ ୧୧(୧ ଚୌକା, ୧ ଛକା) ରନ କରିଥିଲେ। ବାଂଲାଦେଶ ବୋଲରଙ୍କ ମଧ୍ୟରେ ରୁବେଲ ହୁସେନ ଓ ଶାକିବ ଅଲ୍ ହାସନ ୨ଟି ଲେଖାଏ ଏବଂ ମୁସ୍ତାଫିଜୁର ରହମାନ, ମହମ୍ମଦ ସୈଫୁଦ୍ଦିନ ଓ ସବିର ରହମନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଜବାବରେ ବାଂଲାଦେଶ ମୁଶ୍ଫିକର ରହିମଙ୍କ ୯୦(୯୪ ବଲ, ୮ ଚୌକା, ୨ ଛକା), ଲିଟନ ଦାସଙ୍କ ୭୩(୯୦ ବଲ, ୧୦ ଚୌକା) ରନ ସତ୍ତ୍ୱେ ଦଳ ପୁରା ୫୦ ଓଭର ଖେଳି ନ ପାରି ୨୬୪ ରନରେ ସୀମିତ ରହିଥିଲା। ଭାରତୀୟ ବୋଲରଙ୍କ ମଧ୍ୟରେ ଦୁଇ ସ୍ପିନର କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ ୩ଟି ଲେଖାଏ, ଯଶପ୍ରୀତ ବୁମ୍ରା ୨ଟି ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଭାରତ ୫୦ ଓଭରରେ ୩୫୯/୭(ଧୋନୀ-୧୧୩, ରାହୁଲ-୧୦୮, କୋହଲି-୪୭, ରୁବେଲ-୨/୬୨, ଶାକିବ-୨/୫୮)। ବାଂଲାଦେଶ ୪୯.୩ ଓଭରରେ ୨୬୪/ ଅଲଆଉଟ (ମୁଶ୍ଫିକର-୯୦, ଲିଟନ-୭୩, କୁଲଦୀପ-୩/୪୭, ଚହଲ-୩/୫୫, ବୁମ୍ରା-୨/୨୫)।