Arrested man in handcuffs with hands behind back
ଯୋଡ଼ା,୧।୯(ଡି.ଏନ୍.ଏ.): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଜରିବାହାଲଠାରେ ଶନିବାର ଛାତ୍ରୀଛାତ୍ରଙ୍କ ଦ୍ୱାରା ହୋଇଥିବା ରାସ୍ତାରୋକୋ ଘଟଣାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ବାମେବାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପରେଶ କୁମାର ମହାନ୍ତି ସୂଚନା ଦେଇ କହିଛନ୍ତି ଯେ, ଜରିବାହଲ ଅଞ୍ଚଳର ଶିବୁ ଶର୍ମା ଶନିବାର ସକାଳେ ଜରିବାହାଲଠାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ପ୍ରବର୍ତ୍ତାଇ ରାସ୍ତାରୋକୋ କରାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ସମାଧାନ କରି ଛାତ୍ରୀଛାତ୍ରଙ୍କୁ ଧାରଣାସ୍ଥଳରୁ ଉଠାଇଥିଲା। ପୋଲିସ ତଦନ୍ତରୁ ଜାଣିବାକୁ ପାଇଥିଲା ଯେ, ଏହି ଆନ୍ଦୋଳନ ପାଇଁ ଶିବୁ ଶର୍ମା ପ୍ରବର୍ତ୍ତାଇଥିଲେ। ଦୀର୍ଘ ୭ ଘଣ୍ଟା ଧରି ରାସ୍ତାରୋକୋ କରାଇବା ଦ୍ୱାରା ସାଧାରଣ ଲୋକ ହଇରାଣ ହରକତ ହେଉଥିବାବେଳେ ବିଭିନ୍ନ ଖଣି କମ୍ପାନୀଙ୍କର ପରିବହନ କାର୍ଯ୍ୟ ବନ୍ଦ ହୋଇଯାଇଥିଲା। ଏନେଇ ଏକ ଖଣି କମ୍ପାନୀ ପକ୍ଷରୁ ବାମେବାରୀ ଥାନାରେ ଅଭିଯୋଗ ହେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ା ହେଲେ ପୋଲିସର ଏହି କାର୍ଯ୍ୟାନୁଷ୍ଠାନକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହିତ ମୌଳିକ ସୁବିଧା ପାଇଁ ସ୍ବର ଉଠାଇଲେ ପୋଲିସ ଦମନଲୀଳା କରୁଛି ବୋଲି ଜନସାଧାରଣ କହିଛନ୍ତି ା