NDIVUtuxtu-12YaytuYm21 vabZe> htßgvt ytlk=ecul vxu mVUtRo fUh;e nwRok> VUtuxtu& lJ=wrlgt>
ଭୋପାଳ,୧୩।୬: ହିଲ୍ ଷ୍ଟେଶନ୍ ପଞ୍ଚମାଢ଼ି ଗସ୍ତରେ ଆସିଥିବା ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ ରାସ୍ତାରେ ଜମା ହୋଇଥିବା ମଇଳା ସଫା କରିଛନ୍ତି। ରାଜ୍ୟପାଳଙ୍କ ଗାଡ଼ି ହଠାତ୍ ଅଟକି ଯିବାରୁ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେବେ ସେ ହାତରେ ଝାଡୁ ଧରି ରାସ୍ତାରେ ଥିବା ମଇଳା ସଫା କରିବା ଆରମ୍ଭ କରିଥିଲେ। ତାଙ୍କୁ ଏପରି କରୁଥିବା ଦେଖି ଉପସ୍ଥିତ ପ୍ରଶାସନିକ ଅଧିକାରୀ, ସୁରକ୍ଷା କର୍ମଚାରୀ ତଥା ପର୍ଯ୍ୟଟକମାନେ ମଧ୍ୟ ସଫା କାମରେ ଲାଗିଯାଇଥିଲେ। ଏହା ସ୍ଥାନୀୟ ଲୋକ ତଥା ପର୍ଯ୍ୟଟକଙ୍କୁ ସ୍ବଚ୍ଛତା ପ୍ରତି ସଚେତନ କରାଇବ। ଏହା ଦ୍ୱାରା ପଞ୍ଚମାଢ଼ି ସ୍ବଚ୍ଛ ରହିପାରିବ ବୋଲି ରାଜ୍ୟପାଳ ପ୍ରକାଶ କରିଥିଲେ।