Categories: ଅନୁଗୋଳ

ରାଷ୍ଟ୍ରୀୟ କିକ୍‌ ବକ୍ସିଂ ପ୍ରତିଯୋଗିତା: ଓଡ଼ିଶାକୁ ୨୦ ପଦକ

ବଅଁରପାଳ, ୨୭।୭(ଡି.ଏନ.ଏ.) – ଚଳିତ ମାସ ୧୮ ତାରିଖ ଠାରୁ ୨୧ ପର୍ଯ୍ୟନ୍ତ ହରିୟାଣାର ରୋହତକ ସ୍ଥିତ ଏମ୍‌ଡିୟୁ ବିଶ୍ୱ ବିଦ୍ୟାଳୟରେ ସିନିୟର ରାଷ୍ଟ୍ରୀୟ କିକ୍‌ ବକ୍ସିଂ ପ୍ରତିଯୋଗିତାରେ ଆମେଚର କିକବକ୍ସିଂ ଆସୋସିଏଶନ ଓଡ଼ିଶାର ଖେଳାଳିମାନେ ସଫଳତା ହାସଲ କରିଛନ୍ତି। ୧୭ ଜଣ ଖେଳାଳି ସହିତ ୩ ଜଣ ରେଫରି ଭାଗ ନେଇ ଓଡ଼ିଶା ପାଇଁ ୨୦ଟି ପଦକ ହାସଲ କରିଛନ୍ତି। ଏଥିରୁ ୭ଟି ସ୍ବର୍ଣ୍ଣ, ୭ଟି ରୌପ୍ୟ ଓ ୬ଟି କାଂସ୍ୟ ପଦକ ରହିଛି। ଏଥିରେ ଅମନ କୁମାର ନନ୍ଦା ୨ଟି କାଂସ୍ୟ, ମିହିର କୁମାର ସାହୁ ୨ଟି ରୌପ୍ୟ, ଦେବବ୍ରତ୍ତ ରାଉଳ ଗୋଟିଏ ରୌପ୍ୟ, ଦୀପକ କୁମାର ସା ୨ଟି ସ୍ବର୍ଣ୍ଣ, ଜ୍ୟୋତିଷ ମହାନନ୍ଦ ଗୋଟିଏ ରୌପ୍ୟ, ଏମଡି ଶାବାଜ ଗୋଟିଏ ରୌପ୍ୟ, ହବିବ ହୂର ରହମାନ ଗୋଟିଏ ରୌପ୍ୟ, ଅଶୋକ କୁନବର ଗୋଟିଏ ସ୍ବର୍ଣ୍ଣ, କୀର୍ତ୍ତିରାଣୀ ସାହୁ ୩ଟି ସ୍ବର୍ଣ୍ଣ, ସୁଦୀପା ମହାରଣା ଗୋଟିଏ ସ୍ବର୍ଣ୍ଣ, ଅମ୍ବିକା ଗୁପ୍ତା ଗୋଟିଏ ରୌପ୍ୟ ଓ ନଜମା ବାନୁ ଗୋଟିଏ କାଂସ୍ୟ ପଦକ ହାସଲ କରିଛନ୍ତି। ଏଥିସହ ଭାରତ ତାଲିକାର ଷଷ୍ଠ ସ୍ଥାନରେ ରହିଛି। ଏହି ଖେଳାଳିମାନେ ୱାକୋ ଓଡ଼ିଶାର ସଭାପତି କାର୍ତ୍ତିକ ଡାକୁଆଙ୍କ ନେତୃତ୍ୱରେ ବିଭିନ୍ନ ବର୍ଗ ପଏଣ୍ଟ ଫାଇଟ, ଲାଇଡ କଣ୍ଟାଟ, କିକ୍‌ ଲାଇଟ, ଲୋ କିକ ଓ ମ୍ୟୁଜିକାଲ ଇଭେଣ୍ଟରେ ଅଂଶଗ୍ରହଣ କରିଥିଲେ। ୨୯ଟି ରାଜ୍ୟରୁ ୫୨୦ ଖେଳାଳି ପ୍ରତିଯୋଗିତାରେ ଭାଗ ନେଇଥିଲେ। ୱାକୋ ଓଡ଼ିଶାର ମୁଖ୍ୟ ଉପଦେଷ୍ଟା ଭବାନୀ ପ୍ରସାଦ ମିଶ୍ର, ଉପାଧ୍ୟକ୍ଷ ହେମନ୍ତ ଦାସ କୃତୀ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।