Maharashtra, Nov 11 (ANI): Shiv Sena leader Aditya Thackeray along with party leaders meet Governor Bhagat Singh Koshiyari, at Raj Bhavan in Mumbai on Monday. (ANI Photo)
ମୁମ୍ବାଇ,୧୨।୧୧: ମହାରାଷ୍ଟ୍ରରେ ଏବେ ରାଷ୍ଟ୍ରପତି ଶାସନ ଜାରି କରାଯିବ ବୋଲି ଆଲୋଚନା ହେଲାଣି। ମଙ୍ଗଳବାର ରାତି ସୁଦ୍ଧା ଯଦି କୌଣସି ଦଳ ସରକାର ଗଢିବାକୁ ଅସମର୍ଥ ହୁଅନ୍ତି ତେବେ ସେଠାରେ ରାଷ୍ଟ୍ରପତି ଶାସନ ଲାଗୁ ହେବ ବୋଲି କୁହାଯାଉଛି। ରାଜ୍ୟପାଳ ସରକାର ଗଢିବାକୁ ଏନ୍ସିପିକୁ ୨୪ ଘଣ୍ଟା ଅର୍ଥାତ୍ ମଙ୍ଗଳବାର ରାତି ୮ଟା ୩୦ ପର୍ଯ୍ୟନ୍ତ ସମୟ ଦେଇଛନ୍ତି। ତେବେ ନିର୍ଦ୍ଧାରିତ ସମୟ ମଧ୍ୟରେ ଯଦି ସରକାର ଗଠନ ଲାଗି କୌଣସି ନିଷ୍ପତ୍ତି ନିଆଯାଇ ନ ପାରିଲା ତେବେ ରାଜ୍ୟପାଳ ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ କରିବେ। ହେଲେ ଏହାକୁ ନେଇ ଏବେଠାରୁ ଶିବସେନା ଓ କଂଗ୍ରେସ ପ୍ରସ୍ତୁତ ହୋଇ ରହିଲେଣି। ଯଦି ଏମିତି ହୁଏ ତେବେ ଏହି ୨ ଦଳ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇପାରନ୍ତି। ଏନେଇ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ, କପିଲ ଶିବଲ ଓ ଅହମ୍ମଦ ପଟେଲଙ୍କ ସହ କଥା ହୋଇଥିବା ଜଣାପଡିଛି।