An Afghan health worker in protective gear checks the temperature of a man during Afghanistan's President Ashraf Ghani inauguration as president, at the Presidential Palace in Kabul, Afghanistan March 9, 2020. REUTERS/Mohammad Ismail
କାବୁଲ,୧୧।୪: କରୋନା ସଂକ୍ରମଣ ନେଇ ଆଫଗାନିସ୍ତାନରେ ଆତଙ୍କ ଦେଖାଦେଇଛି। ଏଠାରେ କରୋନା ସଂକ୍ରମଣ ଯୋଗୁ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି। ରାଷ୍ଟ୍ରପତିଭବନର ୨୦ ଜଣ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା କୁହାଯାଉଛି। ସେମାନଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ କେତେକଙ୍କୁ କ୍ୱାରାଣ୍ଟାଇନ୍ରେ ରହିବାକୁ କୁହାଯାଇଛି। ଏନେଇ କାବୁଲ ହସ୍ପିଟାଲର ମୁଖ୍ୟ ନିଜାମୁଦ୍ଦିନ୍ ଜଲିଲ୍ ସୂଚନା ଦେଇଛନ୍ତି। ଟେଷ୍ଟ୍ କିଟ୍ର ଅଭାବ ଯୋଗୁ ସଂକ୍ରମିତଙ୍କ ପରୀକ୍ଷା କରାଯିବା ସମ୍ଭବ ହୋଇପାରୁ ନାହିଁ ବୋଲି ସେ କହିଛନ୍ତି। ପରୀକ୍ଷାରେ ବିଳମ୍ବ ହେଉଥିବାରୁ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ସେ କହିଛନ୍ତି।