Categories: Rasifala

ରାଶିଫଳ: ସୋମବାର, ନଭେମ୍ବର ୧୧ ତାରିଖ – Daily Horoscope

ମେଷ
ଆଜି ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରେ ସାମାଜିକ ସ୍ତରରେ ଆଦରଣୀୟ ହେବେ ଓ ଲୋକସମ୍ପର୍କ ବଢ଼ିବ। ସଭାସମିତିରେ ବନ୍ଧୁଙ୍କ ସ୍ମୃତିଚାରଣ, ଆନୁଷ୍ଠାନିକ କର୍ମାରମ୍ଭ ସକାଶେ ଉତ୍ସାହିତ ରହିବେ। ପାରିବାରିକ କ୍ଷେତ୍ର, ପରିବହନ ଏବଂ ଯୋଗାଯୋଗରୁ ବ୍ୟତିକ୍ରମର ସାମ୍ନା କରିବେ। ଅର୍ଥ ସଙ୍କଟ ଥିଲେ ମଧ୍ୟ ସରକାରୀ ସାହାଯ୍ୟ ପାଇବେ।
ବୃଷ
ରାଶି ପ୍ରତି ଶନିଙ୍କ ପ୍ରତ୍ୟକ୍ଷ ଦୃଷ୍ଟିଜନିତ ମୃଦୁମନ୍ଦ ଗତିରେ କର୍ମସମ୍ପାଦନ କରିବେ। ବିଜାତୀୟ ବ୍ୟକ୍ତିଙ୍କ ସହାୟତାରେ ଅର୍ଥଲାଭ ଓ କାର୍ଯ୍ୟସିଦ୍ଧି ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟିହେବ। ସ୍ବଗୃହୀରୁ ଶୁକ୍ର ପ୍ରଭାବରୁ ସ୍ବାସ୍ଥ୍ୟରେ ଉନ୍ନତି ହେବ। ପାରିବାରିକ କ୍ଷେତ୍ରରେ ପ୍ରତ୍ୟେକ ପ୍ରତିବନ୍ଧକକୁ ସମ୍ମୁଖୀନ ହେବାରେ ଅସୁବିଧା ହେବ ନାହିଁ।
ମିଥୁନ
ଦୁଃସ୍ଥାନସ୍ଥ ବୁଧ ଓ ମଙ୍ଗଳ ବନ୍ଧୁଙ୍କ ସହ ଅର୍ଥ ଓ ମତ ମନ୍ତବ୍ୟକୁ କେନ୍ଦ୍ରକରି ସମସ୍ୟା ସୃଷ୍ଟି କରିପାରେ। କୌଣସି ଦୁଃଖାନ୍ତକ ଖବର ମନକୁ ନିସ୍ତେଜ କରିଦେବ। ପୂର୍ବ ଯୋଜନା ଅନୁଯାୟୀ କୌଣସି କର୍ମ କରିବାରେ ସମର୍ଥ ହେବେ ଓ କାମ ମଧ୍ୟ ଅଟକିବ ନାହିଁ। ପାରିବାରିକ ସ୍ତରରେ ପୁରୁଣା କଥାକୁ ଦୋହରାଇବା ଠିକ୍‍ ହେବନାହିଁ।
କର୍କଟ
ଚନ୍ଦ୍ରଙ୍କ ସୁପ୍ରଭାବରୁ ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବା ସାଙ୍ଗକୁ ଆପଣଙ୍କ ଆଶା ପୂରଣ ଦିଗରେ ଅନୁକୂଳ ପରିସ୍ଥିତି ସୃଷ୍ଟି ହେବ। ନିଜର ଭଳି ବ୍ୟବହାର ଦେଖାଉଥିବା ବନ୍ଧୁ ଓ ସ୍ବଜନମାନେ ବ୍ୟକ୍ତିକୈନ୍ଦ୍ରିକ ଚିନ୍ତାଧାରା ଗ୍ରହଣ କରିବେ। ଶିଳ୍ପ, ବାଣିଜ୍ୟ, ପରିବହନରେ ଆଶାତୀତ ସଫଳତା ପାଇବେ। ଆଜିର କର୍ମାରମ୍ଭ ପ୍ରୀତିପଦ ହେବ।
ସି˚ହ
ରବିଙ୍କ ଦୁର୍ବଳତା ସାଙ୍ଗକୁ ଶୁକ୍ର ସମ୍ପର୍କ ପ୍ରଭାବରୁ କୌଣସି ପଡ଼ୋଶିନୀ କିମ୍ବା ହିତୈଷୀ ମହିଳାଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ। ପରିସ୍ଥିତି ଯାହା ହେଉନା କାହିଁକି ଆପଣଙ୍କୁ ପଛକୁ ଫେରିଚାହିଁବା ପରିସ୍ଥିତି ମଧ୍ୟ ସୃଷ୍ଟି ହେବନାହିଁ। କୌଣସି ବିଭ୍ରାନ୍ତିକର ଖବର ପାଇ ମାନସିକ ଅସ୍ଥିରତା ସୃଷ୍ଟିହେବା ବହୁ ସମ୍ଭାବନା ରହିଛି।
କନ୍ୟା
ଶନିଙ୍କ ଦୃଷ୍ଟି ଆପଣଙ୍କୁ ଶାରୀରିକ ଏବଂ ମାନସିକ ଦୃଷ୍ଟିକୋଣରୁ ଶିଥିଳତା ପ୍ରଦାନ କରିପାରେ। ସମସ୍ତ ସୁବିଧା ଥିଲେ ମଧ୍ୟ କାମ ହାସଲ ପାଇଁ ଖର୍ଚ୍ଚାନ୍ତ ହେବେ। ପ୍ରତ୍ୟେକ କ୍ଷେତ୍ରରେ କାମ ସମ୍ପନ୍ନ ହେବାରୁ ବ୍ୟସ୍ତତା ବୃଦ୍ଧି ପାଇବ । ଆଜି ଯାତ୍ରା ସମୟରେ କୌଣସି ଅଜଣା ବ୍ୟକ୍ତିଙ୍କ ଦ୍ୱାରା ପ୍ରଭାବିତ ହୋଇ କାମ କରିବା ଠିକ୍‍ ହେବନାହିଁ ।
ତୁଳା
ଆଜିର ଗ୍ରହଯୋଗ ଆପଣଙ୍କୁ ଅର୍ଥ ଓ ସମ୍ମାନଜନକ ସ୍ଥିତିରେ ରଖିବା ସାଙ୍ଗକୁ ବନ୍ଧୁଙ୍କ ପରାମର୍ଶରୁ ଖୁସି ରହିବେ। କର୍ମକ୍ଷେତ୍ରର ସମସ୍ୟା ସମାଧାନ ହେବ। କିନ୍ତୁ ମୁଖଭାବରେ ବୁଧ ଓ ମଙ୍ଗଳଜନିତ ଶାଣିତ ବ୍ୟବହାର ବନ୍ଧୁସମ୍ପର୍କକୁ କ୍ଷୁଣ୍ଣ କରିପାରେ। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରିତ ହେବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ।
ବିଛା
ଭାଗ୍ୟ ସ୍ଥାନରେ ଭାଗ୍ୟାଧିପତି ସହ ବୃହସ୍ପତିଙ୍କ ସଂଯୋଗ ପ୍ରଭାବରେ ଉନ୍ନତମାନର ଯୋଜନାକୁ ବାସ୍ତବରୂପ ପ୍ରଦାନ କରିବାର ନକ୍ସା ପ୍ରସ୍ତୁତ କରିପାରନ୍ତି। ଆବଶ୍ୟକତା ଅନୁଯାୟୀ ଆପଣଙ୍କ ମନ୍ତବ୍ୟ ଶାଳୀନତାପୂର୍ଣ୍ଣ ରହିବ। ପ୍ରତୀକ୍ଷିତ ଶୁଭଖବର ଆହ୍ଲାଦିତ କରିବ। ସାଙ୍ଗସାଥୀଙ୍କ ସହ କିଛି ନୂଆ ସ୍ଥାନକୁ ପରିଦର୍ଶନରେ ଯାଇପାରନ୍ତି।
ଧନୁ
ପ୍ରତ୍ୟେକ ପରିସ୍ଥିତିକୁ ସାମ୍ନା କରିବାର ଧୈର୍ଯ୍ୟଧାରଣ କରି କର୍ମକ୍ଷେତ୍ରରେ ପ୍ରବୃତ୍ତ ହେବେ। ଶନିଙ୍କ ପ୍ରଭାବରୁ ଆଲୋଚନାରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ଆମତ୍ୀୟଙ୍କ ଜରିଆରେ ବକେୟା ଆଦାୟରେ ସକ୍ଷମ ହେବେ। ଆଇନ ଅଦାଲତ କ୍ଷେତ୍ରରେ ଆଇନଜ୍ଞଙ୍କ ପରାମର୍ଶ ପାଇଁ ବାରମ୍ବାର ଦୌଡ଼ିବାକୁ ପଡ଼ିପାରେ।
ମକର
ସପ୍ତମସ୍ଥ ଗ୍ରହମାନେ ଦୂରଯାତ୍ରା ଓ ବ୍ୟୟଭାର ବୋଝରେ ଚିନ୍ତିତ କରାଇପାରନ୍ତି। ଦୀର୍ଘଦିନରୁ ଦେଖି ନ ଥିବା ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ନୂଆ ଦିଗନ୍ତ ସୃଷ୍ଟିହେବ। ସାହିତ୍ୟ ସାଧନାରେ, ସାମ୍ବାଦିକତାରେ ସଫଳତା ମିଳିବ। ପରିବାର ଭିତରେ, ପରିବହନରେ ଏବଂ ଚେଷ୍ଟା କରୁଥିବା କାମରେ ସମସ୍ୟା ସମାଧାନ ହୋଇଯିବ।
କୁମ୍ଭ
ରାହୁଙ୍କ ସଂସ୍ଥିତିରୁ ପୃଷ୍ଠ ସାହାଯ୍ୟ ବଳରେ ପ୍ରତ୍ୟେକ ସମସ୍ୟା ସମାଧାନରେ ସଫଳ ହେବେ। ସଭାସମିତି, ବନ୍ଧୁଙ୍କ ସହ ବିଚାରବିମର୍ଶ ମାନସିକ ଶାନ୍ତି ଫେରାଇ ଆଣିବାରେ ସହାୟ ହେବ। ଆର୍ଥିକ ଅନଟନ ଭରଣା କରିବାକୁ ନୂଆ ଯୋଜନା କରିପାରନ୍ତି। ପାରିବାରିକ ଶୃଙ୍ଖଳା ରକ୍ଷା କରିବାରେ ସମ୍ପର୍କୀୟଙ୍କ ସହାୟତା ନେବାକୁ ପଡ଼ିପାରେ।
ମୀନ
ବୃହସ୍ପତିଙ୍କ ସ୍ନେହପୂର୍ଣ୍ଣ ଦୃଷ୍ଟିରେ ପାରିପାର୍ଶ୍ୱିକ ସୁନ୍ଦର ପରିବେଶ ମନକୁ ଉତ୍ସାହିତ କରିବ। ପୂର୍ବଭାଦ୍ରପଦ ନକ୍ଷତ୍ରର ଅଫିସ୍‍ କାମରେ କିମ୍ବା ରାଜନୈତିକ ସ୍ତରରେ ସମସ୍ୟା ବୃଦ୍ଧି ପାଇବାରୁ ମାନସିକ ସୁସ୍ଥତା ରହି ନ ପାରେ। ନିକଟତର ବନ୍ଧୁଙ୍କ ଦ୍ୱାରା କାମ ହାସଲ କରିବେ। ଆପଣଙ୍କ ପରାମର୍ଶ ଓ ପ୍ରସ୍ତାବକୁ ବନ୍ଧୁଙ୍କ ସମର୍ଥନ ରହିବ।

 

👉 Follow Dharitri – Odisha’s No.1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.