ଆଜିର ଚନ୍ଦ୍ର ବାଧକାଧିପଙ୍କ ଦୃଷ୍ଟିରେ ରହିଥିବାରୁ ପାରିବାରିକ ଶାନ୍ତି ଭଗ୍ନ ହୋଇପାରେ। ପାପଗ୍ରହ ଦୃଷ୍ଟ ଚତୁର୍ଥାଧିପତି ହେତୁ ଯାନବାହନ, ହୋଟେଲ ଶିଳ୍ପ, ଛୋଟ ଦୋକାନରୁ ଲାଭ ମିଳି ନ ପାରେ। ଆର୍ଥିକ ଅନଟନ ସୁଧାରିବା ଲାଗି ବନ୍ଧୁ ସହଯୋଗର ପ୍ରତିଶ୍ରୁତି ଦେବେ। ସାହିତ୍ୟ ଓ ଆନୁଷ୍ଠାନିକ କାମରେ ପ୍ରଶଂସିତ ହେବେ।
ଚନ୍ଦ୍ର କେନ୍ଦ୍ରରେ ବୃହସ୍ପତି ଗଜକେଶରୀ ଯୋଗରୁ ସାମାଜିକ ସ୍ତରରେ ପ୍ରତିଷ୍ଠିତ ହେବେ। ବନ୍ଧୁଙ୍କ ଆଦର, ଲୋକପ୍ରିୟତା ବୃଦ୍ଧି ସାଙ୍ଗକୁ ଆର୍ଥିକ ଅଭିବୃଦ୍ଧିରୁ ଖୁସି ରହିବେ। ଆତ୍ମୀୟଙ୍କ ସହଯୋଗରୁ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ। ସହକର୍ମୀଙ୍କ ଜରିଆରେ ସ୍ଥଗିତ କାମକୁ ପୂରା ଦମ୍ରେ କରିବାପାଇଁ ନିଷ୍ପତ୍ତି ନେଇପାରନ୍ତି।
ବନ୍ଧୁବର୍ଗଙ୍କ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ। କରଜକରି ମୂଲ୍ୟବାନ୍ ଦ୍ରବ୍ୟ କ୍ରୟ କରିବାକୁ ବାଧ୍ୟ ହୋଇପାରନ୍ତି। କର୍ମକ୍ଷେତ୍ରରେ ଅନ୍ୟମନସ୍କ ହେତୁକ ଉପରିସ୍ଥଙ୍କ କଟୁ ସମାଲୋଚନା ଶୁଣିବାକୁ ପଡିବ। ବ୍ୟବସାୟରେ ନୂତନ ପଦେକ୍ଷପ ଗ୍ରହଣ କରିବା ସକାଶେ ମନ ବଳାଇବେ।
ରବିଙ୍କ ପ୍ରଭାବରେ ଅର୍ଥ ଓ ସମ୍ମାନ ବୃଦ୍ଧି ପାଇଁ ଚେଷ୍ଟିତ ହେବେ। ସମ୍ପର୍କୀୟଙ୍କ ସହଯୋଗ ଲାଭକରି ଅଟକିଥିବା କାମଟିକୁ ପୂର୍ଣ୍ଣାଙ୍ଗ କରିପାରନ୍ତି। ମାଲିମକଦ୍ଦମାରେ କିମ୍ବା ପ୍ରତିଯୋଗିତା କ୍ଷେତ୍ରରେ କୌଣସି ସମସ୍ୟା ଉପୁଜିପାରେ। ପ୍ରକାଶନ, ଚୁକ୍ତିପତ୍ର, ପ୍ରଶାସନ, ଶିଳ୍ପ, ଏଜେନ୍ସିପ୍, ବାଣିଜ୍ୟ, ପରିବହନ, କ୍ଷେତ୍ର ପ୍ରାୟତଃ ଭଲ ରହିବ।
ଚତୁର୍ଥାଧିପତି କୋଣ ସ୍ଥାନରେ ଥିବାରୁ ଲୋକସମ୍ପର୍କ ବୃଦ୍ଧି ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ। ଅସମର୍ଥିତ ସୂତ୍ରରୁ କୌଣସି ଖବର ଶୁଣି ଆତଙ୍କିତ ହୁଅନ୍ତୁ ନାହିଁ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ପ୍ରତିଦ୍ୱନ୍ଦ୍ୱିତା ସହ ମନାନ୍ତର ସୃଷ୍ଟି ହୋଇପାରେ। ମିତ୍ର କେହି ନିଜର ସ୍ବାର୍ଥସାଧନ ପରିପ୍ରେକ୍ଷୀରେ ଛଳନା କରି ଦୂରେଇ ଯାଇ ପାରନ୍ତି।
ବୃହସ୍ପତିଙ୍କ ପ୍ରଭାବରେ କେଣସି ନୂତନ କର୍ମାରମ୍ଭ ସକାଶେ ମନ ବଳାଇପାରନ୍ତି। ସାହିତ୍ୟ, ସାମ୍ବାଦିକତା, ଗବେଷଣା, ଚୁକ୍ତିପତ୍ର, ସଭାସମିତି ତଥା ଆଲୋଚନା କ୍ଷେତ୍ରରେ ସଫଳତା ପାଇବେ। ପଡ଼ୋଶୀଙ୍କ ସହ ସୁସମ୍ପର୍କ ରଖିବା ପାଇଁ ଚେଷ୍ଟା କଦାପି ନିଷ୍ଫଳ ହେବନି। ପରିଜନଙ୍କ ସହିତ କୌଣସି ଦର୍ଶନୀୟ ସ୍ଥାନକୁ ଯାଇପାରନ୍ତି।
ଭାଗ୍ୟସ୍ଥାନକୁ ଏକାଧିକ ଗ୍ରହ ଦେଖୁଥିବାରୁ ଯାହାକୁ ଯାହା କହିବେ ତାହା ନିଷ୍ଫଳ ହେବନାହିଁ। କିନ୍ତୁ ତୃତୀୟସ୍ଥ ପାପଗ୍ରହଜନିତ କୌଣସି କାମରେ ବନ୍ଧୁମାନେ ଠିକ୍ ଖବର ଦେବାରେ ହେଳା କରିପାରନ୍ତି। ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର, ସାମ୍ବାଦିକତା ତଥା ସାଂସ୍କୃତିକ କାର୍ଯ୍ୟକ୍ରମରୁ ସମ୍ବର୍ନ୍ଧିତ ହେବେ। ଅଫିସ କାମରୁ ଅର୍ଥ ସମ୍ପର୍କିତ ଅଭିଯୋଗ ଆସିପାରେ।
ବୃହସ୍ପତିଙ୍କ ଶୁଭଦୃଷ୍ଟି ଧନସ୍ଥାନ ପ୍ରତି ରହିଥିବାରୁ ଅର୍ଥଲାଭ ସହ ବାକ୍ ବିଳାସୀ ହେବେ। ଭିତରେ ଭିତରେ ଈର୍ଷାକରୁଥିବା କୌଣସି ନିଜ ପରିସରର ବ୍ୟକ୍ତିଙ୍କ ସହ ସମ୍ପର୍କ ହ୍ରାସ ହେବ। ଆପଣ ସାଧାରଣ ପ୍ରଶଂସାରେ ଯେତିକି ଉତ୍ଫୁଲ୍ଲିତ ହେବେ ଟିକିଏ ମାତ୍ର ସମାଲୋଚନାରେ ତଦନୁପାତରେ ବ୍ୟସ୍ତବିବ୍ରତ ହୋଇପାରନ୍ତି।
ପାପଗ୍ରହମାନେ ରାଶିରେ ଅବସ୍ଥାନ କରି ବିବାଦୀୟ ଚିନ୍ତାଧାରା ଉପତ୍ନ୍ନ କରିପାରନ୍ତି। ତୃତୀୟସ୍ଥ ରାହୁଙ୍କ ପ୍ରଭାବରେ ବନ୍ଧୁମାନେ ପରୋକ୍ଷରେ ବିରୁଦ୍ଧାଚରଣ କରିବେ। ପାରିବାରିକ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। କିନ୍ତୁ ପ୍ରତିବେଶୀଙ୍କ ସହ ମଧୁର ସମ୍ପର୍କରୁ ଆପଣଙ୍କ କାମଗୁଡିକ ସୁବିଧାରେ ସମ୍ପନ୍ନ ହେବ।
ରାଶ୍ୟାଧିପତିଙ୍କ ନୀଚାରୋହଣ ହେତୁ ପ୍ରତ୍ୟେକ କାର୍ଯ୍ୟ ଓ ଚିନ୍ତାଧାରା ଶିଥିଳ ରହିବ। ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ଭୁଲ୍ ଧାରଣା ଯୋଗୁ ନିନ୍ଦା ଶୁଣିପାରନ୍ତି। କଳା, ସାହିତ୍ୟ, ସଙ୍ଗୀତ, ପ୍ରଶାସନ, ଶିଳ୍ପ, ବାଣିଜ୍ୟ ବ୍ୟବସାୟ, ପରିବହନ ଓ ଏଜେନ୍ସିପରୁ ଖୁସି ରହିବେ।
କୌଣସି ଦାୟିତ୍ୱପୂର୍ଣ୍ଣ କାମଟି ଧିମେଇ ଯିବାରୁ ମାନସିକ ସ୍ତରରେ ଚିନ୍ତିତ ରହିପାରନ୍ତି। ଅଷ୍ଟମସ୍ଥ ଚନ୍ଦ୍ରଙ୍କ ପ୍ରଭାବରୁ ଋଣ ପରିଶୋଧଜନିତ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଯାତ୍ରା,ବାଣିଜ୍ୟ ଏବଂ ପରିବହନରେ ପ୍ରତିବନ୍ଧକ ଆସିପାରେ। ଆରୋଗ୍ୟ ଲାଭ, ବନ୍ଧୁଙ୍କ ସହାନୁଭୂତି, ଆନୁଷ୍ଠାନିକ କାର୍ଯ୍ୟରେ ବିଶିଷ୍ଟବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବେ।
ଚତୁର୍ଥ କେନ୍ଦ୍ରରେ ବୃହସ୍ପତି ପାରିବାରିକ ଏବଂ କର୍ମକ୍ଷେତ୍ରକୁ ଋଦ୍ଧିମନ୍ତ କରିବେ। ଧର୍ମକାର୍ଯ୍ୟ, ସନ୍ତାନଙ୍କ ଉଚ୍ଚଶିକ୍ଷା, କର୍ମାରମ୍ଭ ଓ ଯୋଜନା ସମ୍ପର୍କରେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ମକଦ୍ଦମା, ରାଜନୀତି, ପ୍ରଶାସନିକ କ୍ଷେତ୍ରରେ ଅସ୍ଥିରତା ପରିଲକ୍ଷିତ ହେବ। କର୍ମକ୍ଷେତ୍ରରେ ପଦୋନ୍ନତିର ସୂଚନା ପାଇ ଉଲ୍ଲସିତ ହୋଇପାରନ୍ତି।
👉 Follow Dharitri – Odisha’s No.1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.
Subscribe to updates
Unsubscribe from updates